-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଦୀର୍ଘ ବର୍ଷ ଧରି ଅତ୍ୟନ୍ତ ଶୋଚନୀୟ ଓ ମରଣଯନ୍ତା ପାଲଟିଥିବା ବିନିକା ଅଧିନସ୍ଥ ଡଭଲା-ସିନ୍ଦୁରପୁର-ଆଖିଦାଦର ଗ୍ରାମ୍ୟ ଉନ୍ନୟନ ରାସ୍ତାର ନବ କଳେବର ପାଇଁ ୫କୋଟି ୪୦ଲକ୍ଷ ୭୨ହଜାର ଟଙ୍କା ମଞ୍ଜୁର ହୋଇଥିବାରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଫଳରେ ରାସ୍ତାର ନବୀକରଣ ନେଇ ଅଞ୍ଚଳବାସୀଙ୍କ ମହଲ ରେ ଖୁସିର ଲହରୀ ଖେଳିଯାଇଛି । ଆଜି ଏହି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ
କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେହିପରି ମାଁ ମାନଙ୍କ ସମ୍ମାନ ପାଇଁ ଓ ସରକାରଙ୍କ ବିଭିନ୍ନ ଯୋଜନାରୁ ସ୍ବାବଲମ୍ବୀ ହେବା ସକାଶେ ସମ୍ମାନିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହର ମଧ୍ୟ ମନ୍ତ୍ରୀ ଶ୍ରୀ ବେହେରା ଭିତ୍ତିପ୍ରସ୍ତର
ସ୍ଥାପନ କରିଥିଲେ ।ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ବିନିକା ନଗର ସଭାପତି ସୋମନାଥ ମିଶ୍ର,ବ୍ଳକ ସଭାପତି ଦ୍ବାରିକାନାଥ ସାହୁ,ସମ୍ପାଦକ ଟଙ୍କଧର ମେଲ୍କି, ବିଜେଡ଼ି ନେତା ରଞ୍ଜନ ମିଶ୍ର,ଭୀମସେନ ସାହୁ,କୃଷ୍ଣ ଚନ୍ଦ୍ର ପଣ୍ଡା,ପୀତବାସ ମେହେର,ରଙ୍କମନି ସେବକ,ହାଡୁ ମେହେର,ବିନୋଦ ବିହାରୀ ନାଏକ,ସନ୍ତୋଷ ସାହୁ,କେଦାର ପଣ୍ଡା,ଚନ୍ଦ୍ର ମହାପାତ୍ର,ପ୍ରଦୀପ ହୋତା,ରମେଶ ଭୋଇ,ଶେଖର ଶର୍ମା,ଆନନ୍ଦ ହୋତା,ଆଇନଜୀବୀ ସୁଧାଂଶୁ ଶେଖର ଦାଶ,ଜୟନାରାୟଣ ପ୍ରଧାନ ଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।