-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ): ଲୋଇସିଂହା ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ସ୍ଥାନ ମାନଙ୍କରେ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି l ଆଗଲପୁର ଓ ଭରସୁଜା ଅଙ୍ଗନଦୀ ଉପରେ ପ୍ରାୟ ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ
ନିର୍ମିତ ବ୍ରିଜକୁ ଓଡିଶା ସରକାରଙ୍କ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶ୍ରମ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ବିଧାୟକ ଡ.ମୁକେଶ ମହାଳିଙ୍ଗ, ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାରରଞ୍ଜନ ବେହେରା ଉପସ୍ଥିତ ଥିଲେ | ରେଙ୍ଗାଲି ଠାରେ ଏକ କଲ୍ୟାଣ ମଣ୍ଡପ ଓ
ଓଭରହେଡ଼ ପାଣିଟାଙ୍କି, ନଗରାଜ-ଡେଙ୍ଗଜୁରୀ ରାସ୍ତାରେ ବିଜୁ ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଲୋଇସିଂହା ବ୍ଲକ ପନେସରା ରୁ କେଉଁଟିପାଲୀ ଘେଁସରା ବ୍ରିଜର ଶୁଭ ଉଦଘାଟନ କରିବା ସହ ଆଖପାଖ ବିଭିନ୍ନ ଜାଗାର ଶୁଭାରମ୍ଭ କରିଥିଲେ l ଏଥିରେ ବ୍ଲକ ସଭାପତି, ସଭାନେତ୍ରୀ ସହ ବହୁ ଦଳୀୟ କର୍ମୀମାନ ଉପସ୍ଥିତ ଥିଲେ l