-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ରାଜ୍ୟ

ସରକାର ଙ୍କ ଯୋଜନା କେଉଁ କାମକୁ ? ଜରି ପାଲ ତଳେ ବିତୁଛି ଜୀବନ

03-Jan-2022



ଗଞ୍ଜାମ (ଭଗବାନ ପାଢୀ) / ନିରାଶ୍ରୟ ମାନଙ୍କୁ ଘର ଯୋଗାଇ ଥଇଥାନ କରିବା ଲାଗି ସରକାରଙ୍କ ମାଳ ମାଳ ଯୋଜନା l ଏବଂ ଏହି ଯୋଜନାର ପ୍ରଚାର ପ୍ରସାର ଲାଗି ସରକାର ପ୍ରତ୍ୟେକ ଗଳି କନ୍ଦିରେ ବଡ ବଡ଼ ପୋଷ୍ଟର ଲଗାଇଛନ୍ତି l କିନ୍ତୁ ଆଜି ବି ଅନେକ ପରିବାର ରହିଛନ୍ତି ସେମାନେ ଏହି ସରକାରି ଯୋଜନା ଠାରୁ ବହୁ ଦୁରରେ l ସେମିତ ଏକ ପରିବାର ଯାହାର ନା ମୁଣ୍ଡ ଉପରେ ଛାତ ଅଛି ନା ଦିନକୁ ଦୁଇମୁଠା ଖାଇବାକୁ ମିଳୁଛି l କେବଳ ଦୁଇଖଣ୍ଡ ଜରି ପାଲ ତଳେ ଦୁଃଖ କଷ୍ଟେ ଚଳୁଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଏସ. ରାମଚନ୍ଦ୍ରପୁର ର ରମା ଡାକୁଆଙ୍କ ପରିବାର l

 ଦୁଇ ଖଣ୍ଡ ଜରି ପାଲ ବନ୍ଧା ଝାଟି ମାଟି ଘର l ଦିନ ରେ ସୂର୍ଯ୍ୟ ରାତିରେ ଜହ୍ନ ଦେଖାଯାଉଛି ଘରେ l ବର୍ଷାଦିନ କଥା ତ ନକହିବା ଭଲ ଦାଣ୍ଡରେ ପାଣି ନ ପଡ଼ୁଣୁ ଘରେ ପଡୁଛି ପାଣି l ଏହି ଦୃଶ୍ୟ କୌଣସି ପାହାଡି ଆଦିବାସୀ ଅଞ୍ଚଳର ନୁହଁ l ବରଂ ଏହି ଦୃଶ୍ୟ ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଏସ.ରାମଚନ୍ଦ୍ରପୁର ର l ଏଠି ରୁହନ୍ତି ରମା ଡାକୁଆ ପରିବାର l ପରିବାର କହିଲେ ରମା ସହିତ ତାଙ୍କ ବିଧବା ଝିଅ ମାମି ବେହେରା ଓ ନାତି ମୁକେଶ ଡାକୁଆ l ରମା ଙ୍କ ସ୍ୱାମୀ ଦିନ ମଜୁରୀ କରି ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ l ସେ ଦଶବର୍ଷ ପୂର୍ବେ ମୃତୁ ବରଣ ପରେ ରମା ବେସାହାରା ହୋଇଯାଇ ଥିଲେ l ତାଙ୍କ ପାଖରେ ଦିନ କୁ ଦୁଇମୁଠା ଆହାର କି ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିଲା l ସେ ବାଧ୍ୟ ହୋଇ ସହର ଠାରୁ ଦୁରରେ ସରକାରୀ ଜାଗାଉପରେ ଝାଟିମାଟି କୁଡ଼ିଆ କରି ପରଘରେ ବାସନ ମାଜି କଷ୍ଟେ ମଷ୍ଟେ ପରିବାର ଚଳାଇ ଆସୁଛନ୍ତି l ରମା ଏଠାରେ ରହିବାର ଆଜକୁ ଦଶ ବର୍ଷରୁ ଉର୍ଦ୍ଧ ସମୟ ଅତିବାହିତ ହୋଇଗଲାଣି l ଏନ ଏ ସି ମଧ୍ୟ ତାଙ୍କଠାରୁ ଘର ପାନୁ ସଂଗ୍ରହ କରୁଛି l ତଥାପି ସରକାର ଙ୍କ କୌଣସି ଯୋଜନା ର ସୁଫଳ ପାଇପାରୁନାହାନ୍ତି ରମା l 

ସରକାର ନିରାଶ୍ରୟ ମାନଙ୍କ ଥଇଥାନ ଲାଗି ମାଳ ମାଳ ଯୋଜନା କରିଥିବା ବେଳେ ଏହାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ଗଳି କନ୍ଦିରେ ବଡ ବଡ଼ ପୋଷ୍ଟର ଲଗାଇଛନ୍ତି l କିନ୍ତୁ ଏହା ପ୍ରକୃତ ହିତାଧିକାରୀ ଙ୍କ କେତେ କାର୍ଯ୍ୟରେ ଲାଗୁଛି ତାହା ରମା ଡାକୁଆଙ୍କୁ ଦେଖିଲେ ସ୍ପଷ୍ଟ ବାରିହେଉଛି l ଅନ୍ୟପଟେ ବାରମ୍ବାର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦୌଡ଼ିଲା ପରେ ରମା ଙ୍କୁ ସରକାରଙ୍କ ପକ୍ଷରୁ ମାସକୁ 5 କେଜି ଚାଉଳ ଓ ମାସିକ ଭତା ପ୍ରଦାନ କରାଯାଉଛି l  ରମା ଙ୍କ ଆଖିକୁ ଆଉ ଭଲ ଦେଖାଯାଉନଥିବା କାରଣରୁ ସେ ଆଉ ପରଘରେ ମୁଲଲାଗିବ ସମ୍ଭବ ହେଉନି l କେବଳ ସରକାର ଙ୍କ ସାହାଯ୍ୟରେ ରମା ଙ୍କ ପରିବାର ଦୁଃଖ କଷ୍ଟେ ଚଳୁଥିବା ବେଳେ ନାତି ବର୍ତମାନ ଦଶମ ଶ୍ରେଣୀରେ ପଢୁଛି l ପରିବାର ର ଆର୍ଥିକ ଅବସ୍ଥା ଦୃବଳ ଓ ଘରେ ବସି ପାଠ ପଢିବାକୁ କୌଣସି ସୁବିଧା ନଥିବାରୁ ପାଠ ପଢ଼ା ବ୍ୟାଘାତ ହେଉଥିବା ନାତି କହୁଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ସରକାର ଗୋଟିଏ ଘର ଯୋଗାଇବାକୁ ଆକୁଳ ନିବେଦନ କରିଛନ୍ତି ଝିଅ ମାମି ବେହେରା l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like