-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
10-Nov-2020
ଯାଜପୁର, (ପ୍ରେରଣା ଖବର) ଯାଜପୁର ରୋଡ ଥାନା ଅଞ୍ଚଳରେ ଆଉ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ୍ । ସ୍ଥାନୀୟ ଅଞ୍ଚଳରେ ଏକ ଡକାୟତି କାଣ୍ଡ ଘଟାଇବାକୁ ଡକାୟତ ମାନେ ଏକାଠି ହୋଇ ପୂର୍ବ ପ୍ରସ୍ତୁତି ସ୍ବରୂପ ବ୍ୟାସସରୋବର ଠାରେ ଯୋଜନା ଚଳାଇଥିବା ବେଳେ ଏହି ଡକାୟତ ମାନେ ପୋଲିସ୍ ହାତରେ ଧରାପଡିଥିଲେ । ଯାଜପୁର ରୋଡ୍ ପୋଲିସ୍ ୫ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ୍ କରିବା ସହିତ ସେମାନଙ୍କ ନିକଟରୁ ଏକ ନକ୍ସା, ୨ଟି ଜୀବନ୍ତ ବୋମା, ଏକ ପିସ୍ତଲ ଓ ୩ଟି ଅଫୁଟା ଗୁଳି ସହିତ ଏକାଧିକ ମାରଣାସ୍ତ୍ର ଜବତ୍ ଜବତ କରିଛି । ଏଥିସହ ସେମାନଙ୍କ ଠାରୁ ୩ହଜାର ୫ଶହ ନଗଦ ଟଙ୍କା , ସୁନାରୂପା ଅଳଙ୍କାର ସହିତ ୫ଟି ହାତଘଣ୍ଟା ଓ ୧୧ଟି ମୋବାଇଲ ଫୋନ୍, ୨ଟି ଗ୍ଲାମର୍ ବାଇକ୍ ଜବତ୍ କରିଛି ପୋଲିସ୍ । ଗିରଫ୍ ହୋଇଥିବା ଡକାୟତ ମାନେ ହେଲେ ବ୍ୟାସନଗର ମୁଣ୍ଡମାଳ ଅଞ୍ଚଳର ଅଜୟ ମଲ୍ଲିକ୍(ଅଜୁ), କଟକ ର ୨ ଜଣ ସନ୍ତୋଷ ପୃଷ୍ଟି (ବାବା) ଓ ଅନିରୁଦ୍ଧ ମହାରଣା (ଟୁନା), ଦିଗପହଣ୍ଡି ରୁ ପ୍ରଶାନ୍ତ ନାୟକ ଏବଂ କେନ୍ଦ୍ରାପଡା ରୁ ଦେବପ୍ରସାଦ ହୋତା ବୋଲି ଜଣାପଡିଛି । ଗିରଫ୍ ମାନଙ୍କୁ ପୋଲିସ୍ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି । ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ,ଆଇଆଇସି ଅନିଲ କୁମାର ମହାନ୍ତି, ସୁବାଷ ମୁଦୁଲି ଯାଜପୁର ରୋଡ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ କରିଛନ୍ତି।