-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
29-Dec-2021
ସୁବର୍ଣ୍ଣପୁର- ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ସ୍ଥାନୀୟ ପଟାଭାଡ଼ି ସ୍ଥିତ ଶ୍ରୀ ଲୋକନାଥ ଶୈବ ପୀଠ ବଣ ଭୋଜି ସ୍ପଟ ରେ ସ୍ୱତନ୍ତ୍ର ସଫେଇ ଅଭିଯାନ କରାଯାଇଥିବା ବେଳେ ଗତ କାଲି ସ୍ଥାନୀୟ ଇଷ୍ଟଦେବୀ ମା ସୁରେଶ୍ୱରୀ ଙ୍କ ପୀଠ ରେ ଏକ ସ୍ୱତନ୍ତ୍ର ସ୍ୱଚ୍ଛ ଅଭିଯାନ ଶିବିର ଅନୁଷ୍ଠିତ ହୋଇଥିଲା l ସଂଗଠନ ର ପ୍ରତିଷ୍ଠାତା ସୟଦ
ଅଲିମୁଲ ଇସଲାମ ଙ୍କ ତତ୍ୱାବଧାନ ରେ ଉପଦେଷ୍ଟା ତଥା ବରିଷ୍ଟ ସଭ୍ୟ ଶ୍ରୀ ଗରିବ ଲୋଇ, ଅଶୋକ ହୋତା ଙ୍କ ସକ୍ରିୟ ଯୋଗଦାନ ରେ ଆଜି ର ଏହି ଶିବିର ଅନୁଷ୍ଠିତ ହୋଇଛି l ଏହି ଅଭିଯାନ ରେ ସଂଗଠନ ର ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଆଜି ବୁଧବାର ର ଏହି ଶିବିର ରେ ପ୍ରମୋଦ ସାହୁ, ତରଣୀ ମେହେର, ତ୍ରିଲୋଚନ ତରୀଆ, ସିମାଞ୍ଚଳ ହୋତା, ଜୟନାରାୟଣ ସାହୁ, ଜୟନ୍ତ ବେହେରା, ଦିଲ୍ଲୀପ ଭୁକ୍ତା, ମନୋଜ ପଣ୍ଡା, ଲଡ଼ୁକିଶୋର ମଲ୍ଲିକ,ଗୋକୁଳ ଠାକୁର, ପ୍ରତାପ ଦାଶ, ରାମୁ ତିୱାର,ପ୍ରମୋଦ ମାହାଣl, ପ୍ରଫୁଲ୍ଲ ନାଏକ ପ୍ରମୁଖ ଅନେକ ସକ୍ରିୟ ସଭ୍ୟ ଯୋଗ ଦେଇ ସଫେଇ କାର୍ଯ୍ୟକ୍ରମ ରେ ଯୋଗ ଦାନ କରି ଥିଲେ l ସୁବର୍ଣ୍ଣପୁର ର ଏହି ଐତିହାସିକ ପୀଠ ଓ ପର୍ୟ୍ୟଟନ କ୍ଷେତ୍ର ମାନଙ୍କ ରେ ନୁଆଁ ବର୍ଷ ଡିସେମ୍ବର ଓ ଜାନୁଆରୀ ମାସ ରେ ସହର ର ଶ୍ରୀ ଲୋକନାଥ ମନ୍ଦିର, ଶ୍ରୀ ରାମେଶ୍ୱର ମନ୍ଦିର ଶ୍ରୀ ସୁବର୍ଣ୍ଣ ମେରୁ ମନ୍ଦିର, ମା ସୁରେଶ୍ୱରୀ, ମା ଲଙ୍କେଶ୍ୱରୀ , ଗୋକୋନେଶ୍ୱର ମନ୍ଦିର ସମେତ ମହାନଦୀ ତେଲ ନଦୀ ପାଖ ଆଖ ଅଂଚଳ ରେ ପ୍ରତିବର୍ଷ ବଣ ଭୋଜି ପାଈଁ ରାଜ୍ୟ ସାରା ଲୋକଙ୍କ ଭିଡ଼ ଜମୁଥିବାରୁ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ଓ ସ୍ଥାନୀୟ ପୌର ପରିଷଦ ର ମିଳିତ ସହଯୋଗ ରେ ସହର ର ବିଭିନ୍ନ ମନ୍ଦିର ଓ ପର୍ୟ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ସଫେଇ ଅଭିଯାନ ପ୍ରତିବର୍ଷ ଲଗାତାର ଭାବେ ଚାଲୁ ରହେ l ଆସନ୍ତା କାଲି ଶ୍ରୀ ସୁବର୍ଣ୍ଣମେରୁ ସୋନପୁର ଓ ଶୁକୃବାର ଦିନ ଶ୍ରୀ ସୁବର୍ଣ୍ଣମେରୁ ଶୈବ ପୀଠ ମନମୁଣ୍ଡା ଠାରେ ଏ ଅଭିଯାନ ଚାଲୁ ରହିବ ବୋଲି ସଂଗଠନ ସଭାପତି ଲଷ୍ମୀନାରାୟଣ ମେହେର, ଉପ -ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ ମତ କରିଛନ୍ତି l