-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
29-Dec-2021
ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଉପରଝର ଗ୍ରାମ ପଞ୍ଚାୟତର ଉପରଝର ଗାଁ ର ରମେଶ କୁମାର ମହାପାତ୍ର , ବସୁଦେବ ପଧାନ ସଂଜୀବ ବିଶ୍ଵାଳ, ମୁକେଶ ସାହୁଙ୍କ ନେତୃତ୍ୱରେ ଉପରଝର ଆଜାଦ ହିନ୍ଦ କ୍ଳବ ପକ୍ଷରୁ ମାଁ ପାଟଖଣ୍ଡା ମିନି ଷ୍ଟାଡିୟମ ଠାରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଞ୍ଚଳର ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଏହା ୫ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି। ଏହି ଖେଳରେ ଦିନ କୁ ୨ ଟି ମ୍ଯାଚ ଖେଳାଯାଉଛି ଏବଂ ଆଜି ଟୁର୍ନାମେଣ୍ଟର ତୃତୀୟ ଦିବସ ଅନୁଷ୍ଠିତ ହୋଇଥିବା ବେଳେ ଆଜି ମହଲେଇ ଏବଂ ସରଗଡା ମଧ୍ୟ ରେ ପ୍ରତିଯୋଗୀତା ହୋଇଥିଲା।ସର୍ଗଡା ପ୍ରଥମେ ବ୍ୟାଟିଂ କରି ୧୦ ଓଭର୍ ରେ ୬ ୱିକେଟ ବିନିମୟ ରେ ୮୦ ରନ୍ ସଂଗ୍ରହ କରିଥିଲା ଏବଂ ଦିତୀୟ ପାରି ରେ ମହଲେଇ ଦଳ ୪ ୱିକେଟ୍କୁ ହରାଇ ୮ ଓଭର୍ ରେ ୮୧ ରନ୍ କରି ମ୍ୟାଚ କୁ ଜିତି କ୍ୱାଟାର ଫାଇନାଲ ରେ ପ୍ରବେଶ କରିଛି। ଆଜି ର ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ,ଆପ ଓଡିଶା ମୁଖପାତ୍ର ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଯୋଗ ଦେଇଥିଲେ । ଏବଂ ଶାନ୍ତିଶୃଙ୍ଖଳା ରେ ମ୍ୟାଚ ଖେଳିବା କୁ ଖେଳାଳି ଏବଂ ଅମ୍ପାୟାର ରଞ୍ଜିତ ବିଶ୍ଵାଳ ଏବଂ ରଞ୍ଜନ ପ୍ରଧାନଙ୍କୁ ପରାମର୍ଶ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ଆମ୍ ଆଦମୀ ପାର୍ଟିର ବ୍ଲକ ଆବାହକ ତଥା ଆପ୍ ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର,ଜିଲ୍ଲା ସୋସିଆଲ ମିଡିଆ ଇନ୍ଚାର୍ଜ ଅଶୋକ ସୁନା, ଯୁବ ନେତା ଅମନ୍ ମହାପାତ୍ର, ସୁବଳ ପୋଢ଼, ଆଦି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।