-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
29-Dec-2021
ପୁରୀ- ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର ତାଳବଣିଆ ସ୍ଥିତ ସରକାରୀ ଶିଳ୍ପ ତାଲିମ ସଂସ୍ଥା ପରିସରରେ ଅନୁଷ୍ଠିତ ହୋଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଏହି ଶିବିର ଆୟୋଜିତ ହୋଇଛି । ଏଥିରେ ୨୦ଟି ନିୟୋଜନକାରୀ ସଂସ୍ଥା, ୧୨ଟି ତାଲିମ ଓ ୧୦ଟି ସରକାରୀ ସଂସ୍ଥା ଯୋଗ ଦେଇଥିବା ବେଳେ ୮୫୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସଂସ୍ଥା ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଯୋଗ୍ୟତା ଓ ଆଗ୍ରହ ଅନୁଯାୟୀ ନିଯୁକ୍ତି ଓ ତାଲିମ ସଂପର୍କରେ ପରାମର୍ଶ ଦିଆ
ଯାଇଥିଲା । ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀମତୀ ଅର୍ପିତା ପ୍ରିୟଦର୍ଶିନୀ, ପୁରୀ ସରକାରୀ ଶିଳ୍ପ ତାଲିମ ସଂସ୍ଥା ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ବେହେରା, ହସ୍ତଶିଳ୍ପ ସହ ନିର୍ଦ୍ଦେଶକ ଶ୍ରୀ ଶ୍ରୀକାନ୍ତ ଶ୍ରୀଚନ୍ଦନ, ଜିଲ୍ଲା ଶିଳ୍ପ କେନ୍ଦ୍ର ସହ ପରିଚାଳକ ଶ୍ରୀ ହେମନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ୟୋଗୀ ହେବା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହାଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି କ୍ଷେତ୍ର ବୃଦ୍ଧି ପାଇବ । ବିଭିନ୍ନ କ୍ଷେତ୍ରରେ ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ସହ ସ୍ବାବଲମ୍ବୀ ହେବା ନିମନ୍ତେ ଅତିଥି ମାନେ ପରାମର୍ଶ ଦେଇଥିଲେ ।