-+91-9937148622 |
prerana_bgr@rediffmail.com |
Wednesday 17th June 2026 |
R.N.I. Regd No. ODIODI/2010/46693
Breaking News
26-Dec-2021
ପାଟଣାଗଡ଼ ଦଲପାଲି ଶସ୍ତ୍ରିଜୀ ଯୁବ କ୍ଲବ ଦ୍ୱାରା ଆୟୋଜିତ ୧୬ତମ ଟେନିସ ବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟ ଟି ୨୧/୧୨ ରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି l ରାଜ୍ୟ ର ବିଭିନ୍ନ ଜ଼ିଲ୍ଲା ରୁ ୨୪ ଟି ଦଳ ଭାଗ ନେଇଥିଲେ l ଫାଇନାଲ ମ୍ୟାଚରେ ପାଟଣାଗଡ଼ ଗଡଭିତର ବିଜେତା ଦଳ ହୋଇ ଥିବା ବେଳେ କୋବ୍ରା ୧୧ ଦଳ ଉପବିଜେତା ହୋଇ ଥିଲେ ତୃତୀୟ ସ୍ଥାନରେ ଖୁଣ୍ଟସମଲେଇ ର ବିଙ୍ଗବାଙ୍ଗର ଦଳ ଘୋଷିତ ହୋଇଥିବା ବେଳେ ଚତୁର୍ଥ ସ୍ଥାନରେ ରାଇଜିଂ ୧୧ ରହିଥିଲା l ଟୁର୍ନାମେଣ୍ଟର ବିଶିଷ୍ଠ ଖେଳାଳି ଭାବରେ କୋବ୍ରା ୧୧ ର ଆକାଶଙ୍କୁ ସମ୍ମାନିତ କରା ଯାଇଥିଲା l ମୁଖ୍ୟ ଅତିଥି ଭାବରେ ବିମଳ ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜୟନ୍ତ କୁମ୍ଭାର,ବରିଷ୍ଠ ଆଇନଜୀବୀ ଦର୍ପଗଞ୍ଜନ ପଟ୍ଟନୟକ,ସା
ମ୍ବାଦିକ ସୁଧାକର ଦାଶ, ଜନ୍ମଜୟ ମେହେର, ଘନଶ୍ୟାମ ମେହେର, ଶ୍ରୀମତୀ ମଞ୍ଜୁଲତା ମେହେର ଓ ଶ୍ରୀମତୀ ମଞ୍ଜୁଲତା ଭୋଇ ଉପସ୍ଥିତ ଥିଲେ lଶାI ସ୍ତ୍ରଜୀ ଯୁବ କ୍ଲବ ର ପ୍ରଭାତ, ପ୍ରମୋଦ, ମୋହନ,ମେନାରାମ, ପଦ୍ମାନ ପଦ୍ମନ,ଜୟରାମ,ପ୍ରଫୁଲ୍ଲ , ସୋନାମ ,ବଳରାମ, ନିରାକାର ଓ କ୍ଲବ ର ସଦସ୍ୟ ମାନେ ଆୟୋଜନ କରିଥିଲେ ଲ
(ପାଟଣାଗଡରୁ ସୁଧାକର ଦାଶଙ୍କ ରିପୋର୍ଟ)