-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
26-Dec-2021
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କାର୍ଲାମୁଣ୍ଡା ବ୍ଲକ୍ ସଦର ଆତ୍ମା ଅଫିସ ନିକଟରେ ବିଜେଡି ୨୫ ତମ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ,ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଓ ବରିଷ୍ଠ ନେତା ବାବୁଲି ମଣ୍ଡଳ ଉପସ୍ଥିତ ରହି ବିଜେଡି ଦଳର ନୀତି ଆଦର୍ଶ ଉପରେ ଆଲୋଚନା କରିବା ସହ ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କିପରି ଦଳ ଭଲ ପ୍ରଦର୍ଶନ କରିବ ସେଥିପାଇଁ ସମସ୍ତେ ମିଳି ମିଶି ଏକାଠି ହୋଇ ଲଢ଼ିଲେ ନିଶ୍ଚୟ ବିଜୟ ହେବା ବୋଲି କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ନେତା ପ୍ରେମାନନ୍ଦ ପାତ୍ର, ନନ୍ଦିକିଶୋର ଭୋଇ, ସଙ୍ଗୀତ ଭୋଇ,ବିରଞ୍ଚି ରଣା,ସଲିମ ଶେଖର ରଣା, ତ୍ରିଶଙ୍କ ରଣା, ବିଶ୍ୱ ଦୀପକ ପାତ୍ର,ଦିନ ବନ୍ଧୁ ସାହୁ, ଅର୍ଜୁନ ସାହୁ,ପ୍ରେମାନନ୍ଦ ସାହୁ,ସୀମାଞ୍ଚଲ ଭୋଇ,ସୁରେନ୍ଦ୍ର ସାହୁ,ରବି ଶଙ୍କର ନାଗ, ବିଜେଡି ନେତ୍ରୀ ସୂର୍ଯ୍ୟ କାନ୍ତି ପାତ୍ର, ଦୀପା ବାଗ,ଅମୃତା ସାହୁ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।