-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
26-Dec-2021
ପଦ୍ମପୁର:- ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ୩୪ତମ ବିଜୟ ଦିବସ କେନ୍ଦ୍ରୀୟ ଆବାହକ ଶ୍ରୀ ରବିନାରାୟଣ ସାହୁଙ୍କ ସଭାପତିତ୍ବରେ କପିଲମୁନି ଆଶ୍ରମ, ନୃସିଂହନାଥ ଠାରେ ପାଳନ ହୋଇ ଯାଇଛି।୪୦ ବର୍ଷ ପୂର୍ବେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଯେଉଁ ଡଙ୍ଗର ପ୍ରେମୀମାନେ ଓ ସଂଗ୍ରାମୀ ବଂଧୁ ମାନେ ଗନ୍ଧମାର୍ଦ୍ଦନ କୁ ସୁରକ୍ଷା କରିବା ପାଇଁ ପୁଲିସ ର ଲାଠି ମାଡ଼ ଖାଇଥିଲେ,ଜେଲ ଯାତ୍ରା କରିଥିଲେ ତାଙ୍କୁ କୋଟି କୋଟି ପ୍ରଣାମ।ସେଥି ମଧ୍ୟରୁ କିଛି ସଂଗ୍ରାମୀ ଆଜି ଆମ ଗହଣରେ
ନାହାନ୍ତି ସ୍ଵର୍ଗବାସ କରିସାରିଲେଣି ତାଙ୍କ କଥା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ l ଆଜିର ପିଢ଼ି ପାଇଁ ଇତିହାସ ର ଗନ୍ଧମାର୍ଦ୍ଦନ କୁ ସୁରକ୍ଷା କରିବା ପାଇଁ କିପରି ସେମାନେ ଆମ ପାଇଁ ଲଢେଇ କରିଥିଲେ।ବିଗତ ଦିନରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସାରା ଭାରତ ବର୍ଷରେ ଏକ ସଫଳ ଆନ୍ଦୋଳନର ପରିଚୟ ପାଇଥିଲା। ପାଇକମାଲ ସରପଞ୍ଚ ଧବଳେଶ୍ଵର ସାହୁ,ମୋହନ ଜଗତ,ନକୁଲ ମଲ୍ଲିକ,ଗିରିଶ ଡନସେନା,ଗଣେଶ ପ୍ରଧାନ,ବିଶ୍ଵନାଥ ବାଗ,ସରୋଜ ମିର୍ଦ୍ଧା,ସୁଧାଂଶୁ ବାରିକ,ଗୁପତ ବାରିକ,ରଘୁ ପଧାନ, ଡାଇମଣ୍ଡ ଭୁଏ ପ୍ରମୁଖ ଏହି ବିଜୟ ଦିବସ ରେ ସାମିଲ ହୋଇ ନିଜନିଜ ମତ ପ୍ରଦାନ କରିଥିଲେ