-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
25-Dec-2021
ଲୋଇସିଂହା (ବିନୋଦ କୁମାର ଦୀପ)// ଲୋଇସିଂହା କଲ୍ୟାଣମଣ୍ଡପ ଠାରେ ମହାନ ଜନନାୟକ, ପ୍ରଖ୍ୟାତ ରାଜନୈତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ୩୩ ନମ୍ବର ମଣ୍ଡଳ ସଭାପତି ସରୋଜ ସାହୁଙ୍କ ନେତୃତ୍ୱରେ ଉପସ୍ଥିତ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ଵାଚପେୟୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଵା ସହ ତାଙ୍କ ଜୀବନୀ, ସୁଶାସନ, ଦେଶଲାଗି ସଂଘର୍ଷ ଓ ତାଙ୍କ ବକ୍ତବ୍ୟକୁ ବଖାଣିଥିଲେ l ଏହି ଦିବସ ଅବସରରେ ବିଜେପିର ଵାହାଦୁର ନନ୍ଦ, ଗୌରାଙ୍ଗ ନାଏକ, ସୋମନାଥ ପଧାନ, ରାଜୁ ସାହୁ, ଗୌତମ କୁଅଁର, ରଶ୍ମିରଂଜନ ପଧାନ, ସୁନିଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ l