-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
ଭୁବନେଶ୍ୱର : ବିଭାଗୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟିର ବୈଠକ ବିଧାନସଭାର ୫୯ ନଞ୍ଚର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଦ୍ୟ ଯୋଗାଣ, ହସ୍ତତନ୍ତ ଏବଂ ବୟନ ଶିଳ୍ପ, ସମବାୟ ବିଭାଗ ଉପରେ ଆଲୋଚନା ହୋଇଥିଲା। କୋଭିଡ୍ କଟକଣା ଯୋଗୁଁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ଉକ୍ତ ବୈଠକରେ ବିଧାନସଭା ସଭ୍ୟ ବଡ୍ରି ନାରାୟଣ ପାତ୍ର, ଅରବିନ୍ଦ ଢାଲି, ସତ୍ୟନାରାୟଣ ପ୍ରଧାନ, ମଞ୍ଜୁଳା ସ୍ୱାଇଁ, ପ୍ରଦୀପ କୁମାର ଦିଶାରୀ, ନିତ୍ୟାନନ୍ଦ ଗଣ୍ଡ, ବିଧାନ ସଭା ସଚବି ଦାଶରଥୀ ଶତପଥୀଙ୍କ ସମେତ ସଂପୃକ୍ତ ବିଭାଗୀୟ ସଚିବମାନେ ଯୋଗ ଦେଇଥିଲେ।