-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ରାଜ୍ୟ

ବଲାଙ୍ଗୀର ରେଳପଥ, କଥା ବେଶି କାମ କମ୍ : ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରତି ପାଣିର ଗାର । ବହୁ ବର୍ଷ ଅପେକ୍ଷା ପରେ ବି ଉପେକ୍ଷାର ଅନ୍ତ ନାହିଁ। ରାଜିନାମା ଅନୁଯାୟୀ ୫୦-୫୦ ଭାଗ ଅର୍ଥ ପ୍ରଦାନ କରାଯାଇ ନାହିଁ

23-Dec-2021



ବଲାଙ୍ଗୀର-(ପ୍ରେରଣା ଖବର)  ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧିନ ରେଳ ପଥ ସମଗ୍ର ଦେଶର ଏକ ବିଳମ୍ବିତ ରେଳ ପ୍ରକଳ୍ପ ଭାବେ ଜଣାଶୁଣା । ଖୋର୍ଦ୍ଧା, ନୟାଗଡ଼, କକ୍ଷମାଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ଜନସାଧାରଣଙ୍କ ଦାବୀକୁ ସମ୍ମାନ ଦେଇ ଏହି ରେଳପଥର ନିର୍ମାଣ କାର୍ଯ୍ୟକୁ  କ୍ଷୀପ୍ରତର କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ରେଳ ବିଭାଗ ଆଗେଇ ଆସି ୨୦୧୫ ମସିହାରେ ଏକ ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲେ । କୌଣସି ଏକ ରେଳ ପଥର ନିର୍ମାଣ ପାଇଁ କେନ୍ଦ୍ର ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ  ଏଭଳି ବୁଝାମଣା ପତ୍ର ସ୍ଵାକ୍ଷରକୁ ଦେଶରେ ପ୍ରଥମ ବୋଲି ପ୍ରଚାର କରାଯାଇଥିଲା । ବୁଝାମଣା ପତ୍ର ଅନୁଯାୟୀ ୨୦୨୧ ମସିହା ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା। କିନ୍ତୁ ରେଳପଥ ନିର୍ମାଣ କାର୍ଯ୍ୟରେ ବିଶେଷ ଅଗ୍ରଗତି ହୋଇ ନାହିଁ ଏବଂ ବର୍ତ୍ତମାନ ମଧ୍ୟ ଉପେକ୍ଷାର ଅନ୍ତ ହୋଇ ନାହିଁ ବୋଲି ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା ପୂର୍ବତଟ ରେଳ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟକୁ ସ୍ଥାନୀୟ ଯାଦବ ଉବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରି ଅଭିଯୋଗ କରିଛନ୍ତି । ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ଵିନୀ ବୈଷ୍ଣବ ଦେଶର ରେଳମନ୍ତ୍ରୀ ଦାୟୀତ୍ଵ ନେବା ପରେ ମଧ୍ୟ ରାଜ୍ୟ ରାଜଧାନୀରୁ ଏହି ରେଳପଥ ଦ୍ଵାରା ସଂଯୋଗ ହେବାକୁ ଥିବା ଅଞ୍ଚଳର ଲୋକଙ୍କ ଭାଗ୍ୟ ବଦଳି ନାହିଁ । ଓଡ଼ିଶା ପ୍ରତି ରେଳ ବିଭାଗର ଉପେକ୍ଷାମୂଳକ ମାନସିକତା ଆଜିବି ବଳବତ୍ତର ରହିଛି ବୋଲି ପଣ୍ଡା କହିଛନ୍ତି । ବୁଝାମଣା ପତ୍ର ଅନୁସାରେ ରାଜ୍ୟ ଓ କେନ୍ଦ୍ର ୫୦-୫୦ ଭାଗ ଅର୍ଥ ଖର୍ଚ୍ଚ କରିବା ସଙ୍ଗେ ରାଜ୍ୟ ମାଗଣାରେ ଜମି ହସ୍ତାନ୍ତର କରିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ୨୦୧୫ ମସିହା ରାଜିନାମା ଅନୁଯାୟୀ ରାଜ୍ୟ ଓ କେନ୍ଦ୍ର ୫୦-୫୦ ଭାଗ ଅର୍ଥ ଅଂଶ ଖର୍ଚ୍ଚ କରିନଥିବା ପଣ୍ଡା କହିଛନ୍ତି । ୨୦୧୫ ୧୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୬ ବର୍ଷରେ ତଥା ରାଜିନାମା ସମୟସୀମା ମଧ୍ୟରେ ରେଳ ବିଭାଗ ସମୁଦାୟ ୧୦୯୦ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାଜ୍ୟ ପ୍ରଦାନ କରିଛି ମାତ୍ର ୪୮୩ କୋଟି ଟଙ୍କା । ରାଜ୍ୟ ୧୮ ୧୯ ଓ ୧୯୨୦ ବର୍ଷରେ ଆଦୌ ଅର୍ଥ ପ୍ରଦାନ କରି ନଥିବା ଜଣାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୧ ବର୍ଷ ବଜେଟରେ ଏହି ରେଳପଥ ପାଇଁ । ହଜାର ୫୦ କୋଟି ଟଙ୍କା ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ନିର୍ଦ୍ଦିଷ୍ଟ ରେଳପଥ ପାଇଁ ବିଗତ ୧୦ ବର୍ଷର କେବଳ ବଜେଟ ଘୋଷଣାକୁ ଅନୁଧ୍ୟାନ କଲେ ପ୍ରାୟ ୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଅର୍ଥରାଶି ଘୋଷଣା କରାଯାଇଥିବା ବେଳେ ବାସ୍ତବରେ କିନ୍ତୁ  ଖର୍ଚ୍ଚ କରାଯାଇଛି ମାତ୍ର ୧ ହଜାର ୩ଶହ ୪୪ କୋଟି ଟଙ୍କା । ଏହି ନିର୍ମାଣାଧିନ ରେଳପଥ ପାଇଁ  ରେଳ ବିଭାଗର ଦୀର୍ଘସୂତ୍ରୀ ଅବହେଳା ସମସ୍ତଙ୍କୁ ଜଣା ଥିଲା । କିନ୍ତୁ ୨୦୧୫ ମସିହା ରାଜିନାମାକୁ ଦେଖିଲେ ରାଜ୍ୟର ଅବହେଳା ମଧ୍ୟ କିଛି କମ ନୁହେଁ ବୋଲି ପଣ୍ଡା କହିଛନ୍ତି । ବିଛୁପାଲି ଠାରୁ ଝାରତରଭା ଷ୍ଟେସନ ମାତ୍ର ୧୦.୩୫ କିମି ଦୂରତା ପର୍ଯ୍ୟନ୍ତ ଚଳିତ ଆର୍ଥିକ ବର୍ଷରେ ରେଳ ଗଢିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷ ଶେଷ ହେବା ଉପରେ କିନ୍ତୁ  ଏହି ସ୍ଵଳ୍ପ ଦୂରତାକୁ ଧାର୍ଯ୍ୟ ସମୟ ମଧ୍ୟରେ ରେଳ ଚଳାଚଳ ସମ୍ପ୍ରସାରଣ ହେବା ଆଶା ଅତ୍ୟନ୍ତ କ୍ଷୀଣ ବୋଲି ପଣ୍ଡା କହିଛନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ତଥା ୨୦୧୯ ମସିହା ଜାନୁଆରୀ ୧୫ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର-ବିଛୁପାଲି ଟ୍ରେନର ଲୋକାର୍ପଣ କରି ସମ୍ପୂର୍ଣ୍ଣ ରେଳପଥର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ପ୍ରକାଶ କରିଥିଲେ । କିନ୍ତୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର ସଦୃଶ ହୋଇଛି ବୋଲି ପଣ୍ଡା କହିଛନ୍ତି । ବର୍ତ୍ତମାନ ଏହି ରେଳପଥକୁ ସମ୍ପୂର୍ଣ୍ଣ କରିବା ପାଇଁ ୨୦୨୪ ମସିହାକୁ ଧାର୍ଯ୍ୟ ସମୟ ପୁଞ୍ଚାଇ ଦିଆଯାଇଛି ହେଲେ ଦୀର୍ଘ ୬୮ କିମି ପାଇଁ ଷ୍ଟେଜ ୧ ଜଙ୍ଗଲ ଜମି ଡାଇଭର୍ସନ ଅନୁମତି ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିବା ଜଣାଯାଇଛି । ୧୯୯୪-୯୫ ମସିହାରେ ମଞ୍ଜୁରୀପ୍ରାପ୍ତ ଏହି ନିର୍ମାଣାଧିନ ପ୍ରକଳ୍ପ ପାଇଁ ୨୭ ବର୍ଷ ପରେ ବି ଜଙ୍ଗଲ ଜମି ଡାଇଭର୍ସନ ଷ୍ଟେଜ ୧ ଅନୁମତି ମିଳିନଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପକୁ ନେଇ କଥା ବେଶି, କାମ କମ୍ କୁ ଇଙ୍ଗିତ କରୁଛି ବୋଲି ପଣ୍ଡା କହିଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like