-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
କନ୍ଧମାଳ(ପ୍ରେରଣା ଖବର ବ୍ୟୁରୋ)
ବାଲିଗୁଡା ଅଞ୍ଚଳରେ ଶୀତର ଲହରୀ ଅନୁଭୂତ ହେଲାଣି । ଲଘୁଚାପ ବର୍ଷା ପରେ ଶୀତ ଲହରୀ ମାଡ଼ିଆସିଛି । ବାଲିଗୁଡା ସମେତ ଆଖପାଖ ଅଞ୍ଚଳ ଯଥା ଦାରିଙ୍ଗବାଡି, କୋଟଗଡ଼, ବେଲଘର, କ. ନୂଆଗାଁ, ତୁମୁଡ଼ିବନ୍ଧ ଅଞ୍ଚଳରେ ଶୀତର ପ୍ରକୋପ ଅନୁଭୂତ ହେଲାଣି । ୭ ଡିଗ୍ରୀ ସେଲସୀୟସ ସର୍ବନିମ୍ନ ତାପମାତ୍ରା ଦାରୀଙ୍ଗବାଡ଼ିରେ ରହିଛି ।
ସନ୍ଧ୍ୟା ହେଲାପରେ ଆଖପାଖ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଉଛି । ଭୀଷଣ ଶୀତ ଯୋଗୁଁ ସକାଳ ୯ ଟା ପର୍ଯ୍ୟନ୍ତ ଘନ କୁହୁଡି ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରି ରହୁଛି । ଅସହ୍ୟ ଥଣ୍ଡାରେ ଘରୁ ବାହାରିବା କଷ୍ଟକର । ଗରିବ ଖଟିଖିଆ ମାନେ କାମ କରିବାକୁ ଯାଇ ନ ପାରି ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ନିଆଁର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି ।
ଅନ୍ୟ ପଟେ ଶୀତ ଦିନରେ ଦାରିଙ୍ଗବାଡିର ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଲୋକଙ୍କ ଭିଡ଼ ଜମିବାରେ ଲାଗିଲାଣି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଶିତଦିନିଆ ମଜା ନେବା ପାଇଁ ଲୋକଙ୍କ ସୁଅ ଛୁଟିଛି ।