-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||     

HOME   ରାଜନୀତି

ଆମ ଓଡ଼ିଶା, କୃଷି ଓ କୃଷକ

09-Dec-2021



(ପ୍ରେରଣା ଖବର ବ୍ୟୁରୋ) ଦୁଇ ଦଶନ୍ଧି ଧରି ବିଜେଡି ସରକାର ଶାସନ କରିଆସୁଛି । ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ସହ ନିଜକୁ ଲୋକାଭିମୁଖୀ କରି ଶାସନ ର ଲଗାମ କୁ ଭିଡି ଧରିଛି । ବିଜେଡି ର ସ୍ଲୋଗାନ ' ଆମେ କଥା ନୁହଁ , କାମରେ ବିଶ୍ୱାସ ରଖୁ ।' କିନ୍ତୁ କାମ କମ୍ ପ୍ରଚାରରେ ଅଧିକ ବିଶ୍ୱାସ ରଖୁଥିବା ଦେଖିବାକୁ ମିଳୁଛି । ବିଜେଡି ସରକାର ନିଜର ପ୍ରଚାର ପ୍ରସାର ପାଇଁ କୋଟି କୋଟି ଅର୍ଥ ଖର୍ଚ୍ଚ କରି ସାରିଲାଣି । ବିଭିନ୍ନ ସ୍କିମ୍,ପ୍ରୋଗ୍ରାମ ଏବଂ ପ୍ରୋଜେକ୍ଟ ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଲୋକାଭିମୁଖୀ କରିପାରିଛନ୍ତି । ୨୫ ଜାନୁଆରୀ ୨୦୧୯ ର ଏକ ତଥ୍ୟ ରୁ ଜଣାପଡେ ରାଜ୍ୟ ସରକାର ବିଭିନ୍ନ ସ୍କିମ,ପ୍ରୋଗ୍ରାମ ଏବଂ ପ୍ରୋଜେକ୍ଟ ବାବଦକୁ ଆଠ ବର୍ଷ ମଧ୍ୟରେ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି ।ସେହିଭଳି ୨୫ ଫେବୃଆରୀ ୨୦୨୧ ତଥ୍ୟ ଅନୁଯାୟୀ ପ୍ରାୟ ୪୦୦ କୋଟି ଟଙ୍କା ୭ବର୍ଷ ମଧ୍ୟରେ ବିଜ୍ଞାପନ ବାବଦକୁ ଖର୍ଚ୍ଚ ହୋଇଥିବା ଜଣାପଡିଛି ।  ଏଭଳି ବିଭିନ୍ନ ସମୟରେ ଯୋଜନା ଏବଂ ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଆସୁଛି । ନବୀନ ପଟ୍ଟନାୟକ ନିଜର ଭାବମୂର୍ତ୍ତି କୁ ବଜାୟ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓଡ଼ିଶା ର ଚାଷୀ ଦୟନୀୟ ଅବସ୍ଥାରେ ପଡ଼ି ରହିଥିବା ଦେଖାଯାଉନାହିଁ । ଓଡ଼ିଶା ଇତିହାସ ରେ କୌଣସି ରାଜନୈତିକ ଦଳ ଲଗାତାର ଏତେ ବର୍ଷ ଧରି ଶାସନ କରିଥିବା ନଜିର ନ ଥିବା ପ୍ରତିତ ହୁଏ । ନବୀନ ପଟ୍ଟନାୟକ ଓଡ଼ିଶା ଶାସନ ର ମଙ୍ଗ ଧରିବା ପୂର୍ବରୁ ସମୃଦ୍ଧ ଏବଂ ସବୁଜ ଓଡ଼ିଶା ଗଠନର ସ୍ବପ୍ନ ଦେଖାଇ ରାଜ୍ୟ ଭାର ସମ୍ଭାଳି ଥିଲେ । ଓଡ଼ିଶାର ନିରୀହ ଜନତା ଙ୍କୁ ସମୟ ସମୟରେ ସୁନ୍ଦର ସୁନ୍ଦର ଯୋଜନା ଦେଖାଇ ଶାସନର ଡୋରି କୁ ମଜବୁତ୍ କରିଛନ୍ତି । ଶିଳ୍ପ କ୍ଷେତ୍ରରେ ଓଡ଼ିଶା କୁ ସୁଦୃଢ କରିବା ପାଇଁ ତଥା ଓଡ଼ିଶାର ସ୍ଵତନ୍ତ୍ର ପରିଚୟ ପାଇଁ ' ମେକ୍ ଇନ୍ ଓଡ଼ିଶା ' ସୁନ୍ଦର ଶବ୍ଦ ବ୍ୟବହାର କଲେ । ଓଡ଼ିଶାର ଅନେକ ଜିଲ୍ଲା ବର୍ତମାନ ପର୍ଯ୍ୟନ୍ତ ଶିଳ୍ପ ବିହୀନ ଜିଲ୍ଲା ଭାବେ ପରିଗଣିତ । ଯଦ୍ୱାରା ଲୋକେ କୌଣସି କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଭାବେ କାମ କରିବାକୁ ଯାଇ ଜନ,ଜୀବନ ଓ ଯୌବନ ହରାଇ ଆସିଥାନ୍ତି । ଦାରିଦ୍ର୍ୟ ର କସାଘାତ ରେ କବଳିତ ହୋଇ ନିଜର ଜନ୍ମିତ ଶିଶୁ କୁ ବିକ୍ରି କରିବା ପାଇଁ ପଛାଇ ନାହାନ୍ତି । ଏହି ଲୋକମାନଙ୍କ ପାଇଁ ବିଜେଡି ସରକାର ତୃଣମୂଳ ସ୍ତରରେ କରିଛି କଣ।  ଲୋକଙ୍କ ମାନସିକତା କୁ ନେଇ ଯୋଜନା କରିବା ପରିବର୍ତ୍ତେ ମନଇଚ୍ଛା ଯୋଜନା କରିଚାଲିଛି । ଏଣୁ ପ୍ରାୟ ଯୋଜନା ଫେଲ ମାରିଛି । ଓଡ଼ିଶା କୃଷି ବହୁଳ ଜିଲ୍ଲା ଭାବେ ପରିଗଣିତ । ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି।ଏହି ସରକାର କାଳିଆ,ବଳରାମ ଭଳି ଯୋଜନା କରି ଚାଷୀଙ୍କୁ  ଠକି ଚାଲିଛି । ଯୋଜନା ପ୍ରଣୟନ କରି ପରବର୍ତ୍ତୀ ସମୟରେ ବିଭିନ୍ନ ଆଳ ଦେଖାଇ ପାଇଥିବା କାଳିଆ ଯୋଜନା ଟଙ୍କା କୁ ଅସୁଲି କରିବାକୁ ପଛାଏ ନାହିଁ । ଚାଷୀ ମାନଙ୍କୁ ଉଚିତ୍ ସମୟରେ କୃଷି ଉପକରଣ ମିଲୁ ନ ଥିବାରୁ କୃଷି ରେ ପଛୁଆ ହୋଇ ଫସଲ ଉଜୁଡ଼ି ଯାଉଥିବା ଦେଖିବାକୁ ମିଳୁଛି । ଚାଷୀ ଚାଷରେ ତାର ସର୍ବସ୍ବ ହରାଇ ଅନନ୍ୟପାୟ ହୋଇ ଆତ୍ମହତ୍ୟା ଭଳି ଜଘନ୍ୟ କାଣ୍ଡ କରିବସେ । ଯଦ୍ୱାରା ଓଡ଼ିଶାରେ କୃଷକ ଓ କୃଷି ନିମ୍ନଗାମୀ ହେଉଅଛି । ଚାଷୀ ସର୍ବଦା ନିଜ ଭବିଷ୍ୟତ କୁ ନେଇ ଚିନ୍ତିତ । ଦାରିଦ୍ର୍ୟ ଏବଂ ସ୍ୱଳ୍ପ ଆୟ ଯୋଗୁଁ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ଚାଷୀ ର ଉତ୍ପାଦିତ ଦ୍ରବ୍ୟ ପ୍ରତିବର୍ଷ ସରକାର ମଣ୍ଡି ମାଧ୍ୟମରେ ବିକ୍ରି କରିବାର ଯୋଜନା କରିଛନ୍ତି । ସରକାର ଙ୍କ ପ୍ରାୟ କାର୍ଯକ୍ରମ ରେ ଦଲାଲଙ୍କ ହସ୍ତକ୍ଷେପ ଯୋଗୁଁ ଚାଷୀ ତାର ଉପାର୍ଜିତ ଧାନ ଦଲାଲ କୁ ଦେଇ ସର୍ବସ୍ବ ହରାଏ । ଏଠି ଦଲାଲ ମାଲାମାଲ ହୁଏ । ଦଲାଲ ର ଆୟ ତଳୁ ଉପର ପର୍ଯ୍ୟନ୍ତ ଭାଗ ବଣ୍ଟା ହୁଏ । କୃଷକ ମାନଙ୍କ ଦୟନୀୟ ପରିସ୍ଥିତି କୁ ଅନୁଧ୍ୟାନ କରି କୋରାପୁଟ ସାଂସଦ ଖଣ୍ଡଗିରି ଉଲାକା ସଂସଦରେ ପ୍ରଶ୍ନ କରିଥିଲେ । ସାଂସଦ ଉଳାକା ଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଉତ୍ତର ଓଡ଼ିଶାର ଦୟନୀୟ ପରିସ୍ଥିତି କୁ ସର୍ବ ସମ୍ମୁଖ ରେ ଖୋଲିଦେଇଛି । କେନ୍ଦ୍ରମନ୍ତ୍ରୀ ଓଡିଶାର କୃଷକ ପରିବାର ର ଆୟ ସମ୍ପର୍କରେ ଦେଇଥିବା ତଥ୍ୟ ରୁ ସ୍ପଷ୍ଟ ପ୍ରମାଣିତ ହୁଏ ,ଆମ ରାଜ୍ୟର କୃଷି କେତେ ପଛୁଆ । ଓଡ଼ିଶାରେ ଜଣେ କୃଷକ ପରିବାର ର ମାସିକ ଆୟ  ମାତ୍ର ୫,୧୧୨ ଟଙ୍କା । ଝାଡ଼ଖଣ୍ଡ କୃଷି ପରିବାର ର ମାସିକ ଆୟ ୪,୮୯୫ ଟଙ୍କା ରହିଛି । ବହୁମୁଖି ଦାରିଦ୍ର୍ୟ ତାଲିକା ରେ ସବୁଠାରୁ ପଛୁଆ ରାଜ୍ୟ ଭାବେ ପରିଗଣିତ ଥିବା ବିହାର କୃଷି ଓଡ଼ିଶା ଠାରୁ ଉଚ୍ଚରେ ଅଛି । ବିହାର କୃଷି ପରିବାର ର ମାସିକ ଆୟ ୭,୫୪୨ ଟଙ୍କା ଥିବାବେଳେ ଓଡ଼ିଶାର ଆୟ ଠାରୁ ୨,୪୨୪ ଟଙ୍କା ଅଧିକ ଅଛି। କୃଷି କ୍ଷେତ୍ର ରେ ମେଘାଳୟ ଶୀର୍ଷରେ ଥିବାବେଳେ କୃଷି ଘରୋଇ ଆୟ ୨୯,୩୪୮ ଟଙ୍କା ଅଛି । ଦ୍ଵିତୀୟ ରେ ପଞ୍ଜାବ ୨୬,୭୦୧ ଟଙ୍କା ଏବଂ ତୃତୀୟ ରେ ହରିୟାଣା ର ଘରୋଇ କୃଷି ଆୟ ୨୨,୮୪୧ଟଙ୍କା ଥିବାର ଜଣାଯାଇଛି । କେରଳ ୧୭,୯୧୫ ଟଙ୍କା ଆୟ କରୁଥିବା ବେଳେ ଓଡ଼ିଶାର ସ୍ଥିତି ଦୟନୀୟ । ଇତି ମଧ୍ୟରେ ଓଡ଼ିଶା ତିନି ଥର କୃଷି କର୍ମଣ ପୁରସ୍କାର ପାଇ ଗର୍ବିତ । ଚଳିତ ବର୍ଷ କପା ଚାଷୀ ମାନେ କପା ବିକ୍ରି କରି ମାଲେମାଲ ହୋଇଥିବା ବେଳେ କପା ମିଲ ମାଲିକ ବେହାଲ । ଓଡ଼ିଶାରେ କପାର ସର୍ବାଧିକ ମୂଲ୍ୟ କ୍ଵିଣ୍ଟାଲ ପିଛା ୬୨୦୦ ରୁ ୬୫୦୦ ଥିବା ବେଳେ ସୁଦୂର ମହାରାଷ୍ଟ୍ର କପା ବେପାରୀ ଟ୍ରକ୍ ଧରି ଆସି ଚାଷୀ ଠାରୁ ୭୫୦୦ ରୁ ୮୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦେଇ କିଣି ନେଇ ଯାଇଛନ୍ତି । ଯଦି ମହାରାଷ୍ଟ୍ର ରାଜ୍ୟ ଓଡ଼ିଶା କୃଷକ ଙ୍କ ଠାରୁ ଏତେ ଦାମ ଦେଇ ନେଇ ପାରିଲା ତେବେ ଓଡ଼ିଶା ରେ କପାର୍ ମୂଲ୍ୟ ରେ ବୃଦ୍ଧି ହେଲା ନାହିଁ କାହିଁକି? ଓଡ଼ିଶା ରେ କପା ଚାଷୀ ଠାରୁ କପା ୧୨ ଶତକଡା ଆଦ୍ରତା ରେ ରିଜେକ୍ଟ ହୁଏ । କିନ୍ତୁ ମହାରାଷ୍ଟ୍ର କୁ ଯାଉଥିବା କପା ୨୨ରୁ୨୫  ଶତକଡା ଆଦ୍ରତା ଥିଲେ ମଧ୍ୟ ଉଚିତ୍ ମୂଲ୍ୟରେ ଯାଉଥିବା ନଜିର ଅଛି । ତେବେ ଏଠି ପ୍ରଶ୍ନ ଉଠେ ବିଜେଡି ସରକାର ଉନ୍ନୟନ ନାମରେ ବାହା ବାହା ନେଇ ନିରୀହ ଓଡ଼ିଶାବାସୀ ଙ୍କୁ ଭକୁଆ ବନାଉଥିବା ପରିଲକ୍ଷିତ ହୁଏ । ଯଦି ଏଭଳି ପରିସ୍ଥିତି ଲାଗି ରହେ ତେବେ ଓଡ଼ିଶା ଖୁବ୍ ଶୀଘ୍ର ଶିଳ୍ପ କ୍ଷେତ୍ରରେ ନିମ୍ନଗାମୀ ହେବ । ଅଣ ଓଡ଼ିଆ ହାତରେ ଓଡ଼ିଶା ଶାସନ ଥିବାବେଳେ ଅଣ ଓଡ଼ିଆ ଚାଟୁକାର ର ପ୍ରରୋଚନା ସ୍ରୋତରେ ନବୀନ ପଟ୍ଟନାୟକ ଭାସି ଚାଲିଛନ୍ତି । ଅଣ ଓଡ଼ିଆ ଚାଟୁକାର ର ବିଭିନ୍ନ ଯୋଜନା ସାଧାରଣ ଜନତା ପାଇବା ପୂର୍ବରୁ ବାଟମାରଣା ହୋଇ ପୁଣି ଚାଟୁକାର ହାତକୁ ଯାଉଥିବା ଓଡ଼ିଶାବାସୀ ଙ୍କ ପାଇଁ ଏକ ଅଭିଶାପ ।  ଏଣୁ ବେଳ ଥାଉ ଥାଉ ମଙ୍ଗ ସଜାଡି ନାଆଁ ବାହିଲେ ଓଡ଼ିଶାବାସୀ ଉପକୃତ ହେବା ସହ ବିଜୁ ବାବୁ ଙ୍କ ସ୍ବପ୍ନ ର ଓଡ଼ିଶା ସାକାର ହେବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026

You Might Also Like