-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
07-Dec-2021
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ରାଣୀପୁର ମାତୃବିହାର ଠାରେ ଥିବା ଅରବିନ୍ଦ ସ୍କୁଲ ପରିସରରେ ଶ୍ରୀ ଅରବିନ୍ଦ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାସ୍ତରୀୟ ରୁ ଆସିଥିବା ତ୍ରିଦିନାତ୍ମକ ସଦଭାବନ ରଥକୁ ବୀରମହାରାଜପୁର ମୁଖ୍ୟ ଛକଠାରେ ସ୍ଵାଗତ କରାଯାଇଥିଲା
। ଅନୁଷ୍ଠାନ ସଂପାଦକ ମନୋରଞ୍ଜନ ଦାସ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ବ୍ରଜମୋହନ ବେହେରା ଯୋଗଦେଇ ଥିଲେ । ବିପିନ ବିହାରୀ ଖମାରୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହାଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଜୁଲତା ବାବୁ, ବବିତା ପଣ୍ଡା, କୌଶଲ୍ୟା ସାହୁ, ସୂର୍ଯ୍ୟକାନ୍ତି ସାହୁ, ନବୀନ ସେଠୀ, ସୋମମଞ୍ଜୁରୀ ସାହୁ,
ଦୋଳଗୋବିନ୍ଦ ମିଶ୍ର, ସାନନ୍ଦ କର୍ମୀ ପ୍ରମୁଖ ଯୋଗ ଦେଇ ସହଭାଗିତା ପାଇଁ ସଂକଳ୍ପ ନେଇଥିଲେ । ଶେଷରେ ଦେବଦତ୍ତ ଶତପଥୀ ମାତୃ ସଂଗୀତ ଗାନ ପୂର୍ବକ ସଦଭାବନା ଯାତ୍ରାକୁ ବିଦାୟ ଦିଆଯାଇଥିଲା । ସଦଭାବନା ରଥ କଳାପଥର, ପିତାମହୁଳ, ଟିକ୍ରାପଡା, କୁଶାଦାଦର, ଜାଲୋଏ ପ୍ରଭୁତି ସ୍ଥାନକୁ ପରିକ୍ରମା କରିଥିଲା ।