-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
07-Dec-2021
କଳାହାଣ୍ଡି(ତ୍ରିନାଥ ବେଶ୍ରା ସହ ସଞ୍ଜିବ ଦାସ)
ଭାରତୀୟ ମଜଦୂର ସଂଘ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱ।ର୍କରସ୍ ଆସୋସିଏସନ୍ ରାଜ୍ୟ ସଂଘର ଆହ୍ବାନ କ୍ରମେ ଏକ ୧୩ ଦଫା ଦାବି ନେଇ ଆଜି ୬ ଡିସେମ୍ବର ଦିନ ବିଧାନ ସଭା ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଠାରେ ପ୍ରତେ କ ଜିଲ୍ଲାରୁ ଆସି ଥିବା ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗୱାଡ଼ି କର୍ମୀଓ ସହାୟିକା କର୍ମୀ ମାନେ ହଜାର ହଜାର ସଂଖ୍ୟାରେ ଆସି ଏହି ରାଲିରେ ଯୋଗଦାନ କରି ତେର ଦଫା ଦାବି ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳ ଓ ବିଭାଗୀୟ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l
ଏଥିରେ ଅଲ୍ ଓଡିଶା ଅଙ୍ଗୱାଡ଼ି ରାଜ୍ୟ ସଭାନେତ୍ରୀ ସୁମିତ୍ରା ମହାପାତ୍ର , ଅଖିଳ ଭାରତୀୟ ମହା ସଂଘ ସାଧାରଣ ସମ୍ପାଦିକା ସୂ ଶ୍ରୀ ଅଞ୍ଜଳୀ ପଟେଲ, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଝୁନୂପମା ଶତପଥୀ , ଭାରତିୟ ମଜୁର ସଂଘ କର୍ମକର୍ତ୍ତା ବସନ୍ତ ସାହୁ ଓ ପ୍ର ତେକ କ ଜିଲ୍ଲା ର ସଭା ନେତ୍ରୀ, ସଂପାଦିକା, ଏହି ତେର ଦଫା ଦାବି ନେଇ ନିଜ ନିଜ ଅଭି ଭାଷଣରେ ସରକାରଙ୍କ ଉପରେ ବର୍ଷିଛନ୍ତି l
ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯିବା ସହିତ ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳି ନାହିଁ ଅଙ୍ଗନୱାଡି କର୍ମୀ ମାନଙ୍କୁ ମାସିକ ୨୧ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ଦଶ ହଜାର ପାଞ୍ଚ ଶହ ଟଙ୍କା ପ୍ରଦାନ କରାଯିବା ସହ ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ପ୍ରଦାନ ଆଦି ୧୩ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପାଳ ଙ୍କୁ ପ୍ରଦାନ କରାଯାଇ ଥିଲା l