-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
07-Dec-2021
ଢେଙ୍କାନାଳ (ତାପସ ଦାସ) : ଗତକାଲି ପୁର୍ବାର୍ହଁ ରେ ଢେଙ୍କାନାଳ ଜିଲ୍ଲାର ସଦରମହକୁମା ରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡକ୍ଟର ଭି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ତାଙ୍କର ୬୫ତମ ତିରୋଧାନ ଦିବସ ଉପଲକ୍ଷେ
ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆଜିର ଏହି ପୁଷ୍ପମାଲ୍ୟ ଅର୍ପଣ ଉସ୍ଛବରେ ଢେଙ୍କାନାଳର ସାଂସଦ ମହେଶ ସାହୁ,ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ,ହିନ୍ଦୋଳ ବ୍ଲକ ଅଧକ୍ଷ ପ୍ରିୟ ରଞ୍ଜନ ମହାନ୍ତି,ପୂର୍ବତନ ନଗରପାଳ ଶ୍ରୀ ସୁଧାଂଶୁ କୁମାର ଦଳେଇ ଓ ଇନ୍ଦ୍ରମଣି ବେହେରା,ଜିଲ୍ଲା କଂଗ୍ରେସ ସଭାପତି ସରୋଜ କୁମାର ପଟ୍ଟନାୟକ,ଶାନ୍ତିଭୂଷଣ ପଣ୍ଡା,ସମାଜସେବୀ ସରୋଜ କୁମାର ଶତପଥୀ,ଆମ୍ବେଦକର ସୋସାଇଟି ର ସଭ୍ୟ ସଭ୍ୟା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।ମାନ୍ୟବର ସାଂସଦ ଆମ୍ବେଦକର ଙ୍କର ସ୍ମୃତିଚାରଣ କରିଥିଲେ । ଅଗାମୀପିଢି ଆମ୍ବେଦକରଙ୍କର ମାର୍ଗଦର୍ଶନ କଲେ ଦେଶ ଓ ରାଜ୍ୟର ଶାନ୍ତି ଓ ସଁହତି ବଜାୟ ରହିପାରିବ ବୋଲି ମତବ୍ୟକ୍ତ କରିଥିଲେ ।