-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2020
ନୂଆ ଦିଲ୍ଲୀ, (ପ୍ରେରଣା ଖବର) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତୀୟ ମୂଳ ନିବାସୀ କମଳା ହ୍ୟାରିସଙ୍କ ଉପରାଷ୍ଟ୍ରପତି ହେବା ନେଇ ମଧ୍ୟ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ବାଇଡେନ-ହ୍ୟାରିସ ପ୍ରଶାସନ ସହିତ ଭାରତ-ଆମେରିକା ସମ୍ବନ୍ଧ ନୂତନ ଶିଖରକୁ ଛୁଇଁବ!! ଆମେରିକାର ୪୬ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ବାଇଡେନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଆପଣଙ୍କୁ ବିଜୟ ପାଇଁ ଶୁଭକାମନା। ଉପରାଷ୍ଟ୍ରପତି ଭାବେ ଭାରତ-ଆମେରିକା ସଂପର୍କକୁ ନେଇ ଦେଇଥିବା ଆପଣଙ୍କ ସହଯୋଗ ପ୍ରଶଂସନୀୟ। ଭାରତ-ଆମେରିକା ସମ୍ଵନ୍ଧକୁ ନୂତନ ଶିଖର ପର୍ଯ୍ୟନ୍ତ ପହଞ୍ଚାଇବାରେ ଆପଣଙ୍କ ସହିତ କାମ କରିବାରେ ମୁଁ ଖୁସି ହେବି!! ଅନ୍ୟ ଏକ ଟ୍ଵିଟ୍ରେ ପ୍ରଧାନମନ୍ତ୍ରୀ ଭାରତୀୟ ମୂଳ ନିବାସୀ କମଳା ହ୍ୟାରିସଙ୍କୁ ମଧ୍ୟ ଉପ ରାଷ୍ଟ୍ରପତି ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଆପଣଙ୍କ ସଫଳତା ପ୍ରେରଣାଦାୟୀ। ଆପଣଙ୍କର ଏହି ସଫଳତା ଭାରତୀୟ-ଆମେରିକୀୟଙ୍କ ପାଇଁ ଗର୍ବର ବିଷୟ। ମୁଁ ଆଶା ପ୍ରକାଶ କରୁଛି ଯେ, ଭାରତ-ଆମେରିକା ସମ୍ବନ୍ଧ ଆପଣଙ୍କ ନେତୃତ୍ଵ ଏବଂ ସହଯୋଗରେ ନୂତନ ଶିଖରକୁ ଛୁଇଁବ!!*