-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଶାନ୍ତିର ସହର ଏବେ ଅଶାନ୍ତ -  ପ୍ରତିକାର ଅପେକ୍ଷା ପ୍ରତିଷେଧକ ମୂଳକ ବ୍ୟବସ୍ଥା  ହିଁ ସର୍ବୋକୃଷ୍ଟ

03-Dec-2021



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ଗତ ସୋମବାର ରାତି ରେ  ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ  ମନ୍ଦିରରେ  ଚୋରି ହୋଇଥିବା  ମା ଙ୍କ ବହୁ ମୂଲ୍ୟବାନ  ରୁପା  ମୁକୁଟ  ଓ  ରୁପା ନିର୍ମିତ ବିଭିନ୍ନ ଅଳଙ୍କାର  ଘଟଣା ମଙ୍ଗଳବାର ସକାଳେ  ସହର ତଥା ଦୂର ଦୁରାନ୍ତର ସମସ୍ତ ଭକ୍ତ ଶ୍ରଦ୍ଧାଳୁ,  ସହର ଓ  ଜ଼ିଲ୍ଲାବାସୀ ଯେତେ ଆଶ୍ଚର୍ଯ୍ୟ ହୋଇଛନ୍ତି  ତା ଠୁ ଶହେ ଗୁଣା  ଜ଼ିଲ୍ଲା ପ୍ରଶାସନର ଦେବୋତ୍ତର ବିଭାଗ ଓ  ପୋଲିସ ବିଭାଗକୁ  କଡା ସମାଲୋଚନା କରିଛନ୍ତି l  ୨ ମାସ ତଳେ  ଏ ମନ୍ଦିରର ପାଣି ଟେପ୍ ସବୁ ଚୋରି ହୋଇଥିବା ଘଟଣାରେ ପୋଲିସ ସି ସି ଟିଭି ର ହାର୍ଡ ଡିସ୍କ ଖୋଲି ନେଇଥିଲେ ଏହାର ତଦନ୍ତ ପାଇଁ l ହେଲେ ତାହା ମନ୍ଦିରରେ ୨ ମାସ ପର୍ଯ୍ୟନ୍ତ ଲଗେଇ ନ ଥିଵା ବିଷୟ ଓ ଗତକାଲି ତାହା ମନ୍ଦିରରେ ଲଗାଉ ଥିବା ଦୃଶ୍ୟ ଦୁଇ ଜଣ  ସାମ୍ବାଦିକ ଓ  କିଛି ଭକ୍ତଙ୍କ ନଜରକୁ ଆସିଛି ଏବଂ  ଟେପ ଚୋରି ବେଳେ ଥାନା ଅଧିକାରୀ  କମିଟିର ସଭ୍ୟଙ୍କୁ  ସାମାନ୍ୟ ପାଣି ଟେପ୍ ଚୋରି ହୋଇଛି ତ କହି  ତଦନ୍ତକୁ ଗୁରୁତର ସହ  ନେଇ ନ ଥିଲେ l କାର୍ଯ୍ୟରେ ଅବାହେଳା ସହିତ ୧୦ ଟଙ୍କିଆ ୭ ଟି ପାଣି ଟେପ୍ କିଣି ଲଗେଇ ଦେଇ ଥିଲେ l ସେତେବେଳେ ଯଦି ଆଇ ଆଇ ସି ଏହି ଘଟଣା ସମେତ ସହରର ଅଧିଷ୍ଠାତା ଦେବ ସୁବର୍ଣ୍ଣମେରୁ  ମନ୍ଦିରର  କଲ୍ୟାଣ ମଣ୍ଡପ ତାଲା ଭଙ୍ଗା ଘଟଣା, ମେଡିକାଲରେ ବାଇକ ଓ କେବୁଲ ଚୋରି, ସାପ୍ତାହିକ ବଜାର  ଓ ବିଭିନ୍ନ ଅଂଚଳର  ବାଇକ ଓ ମୋବାଇଲ ଚୋରି  ଭଳି  ଗତ ମାସର ଏଭଳି  ଅନେକ  ଘାଟଣା ପ୍ରତି  ସୋନପୁର ପୋଲିସ ଗୁରୁତର ସହ ନେଇ  ପୋଲିସ ପେଟ୍ରୋଲିଙ୍ଗକୁ କଡା କଡ଼ି କରିଥାନ୍ତେ, ରାତି ଡିଉଟିରେ ଥିବା  ପୋଲିସ ଷ୍ଟାଫ ଓ ଗାର୍ଡ  ମାନଙ୍କୁ ଚେକିଂ କରି ଉତ୍ସାହିତ କରିଥାନ୍ତେ  ତାହେଲେ ଆଜି ଏଭଳି ଗୋଟେ ସିରିଜ ଚୋରି କୁ ରୋକା ଯାଇ ପାରିଥାନ୍ତା l  ସହରର ଖୋଦ ଇଷ୍ଠ ଦେବାଦେବୀ ଙ୍କ  ଠାରୁ କେବେ ମୁକୁଟ ତ କେବେ ରୁପା ଆଖି  ଚୋରି ହୋଇ  ଜ଼ିଲ୍ଲା ତଥା ରାଜ୍ୟବାସୀଙ୍କ  ଠାରୁ  ଲୋକହସା  ହେବାକୁ ପଡି ନ ଥାନ୍ତା lଏ ଭକ୍ତ ଶ୍ରଦ୍ଧାଳୁ ମନରେ ଭକ୍ତି ଭାବରେ ଆଘାତ ଲାଗି ନ ଥାନ୍ତା l ନିରୀହ  ପୋଲିସ  ହୋମଗାର୍ଡ, କର୍ମଚାରୀ ସସପେଣ୍ଡ ହୋଇ ନ ଥାନ୍ତେ l ଏଥିରେ ସମ୍ପୂର୍ଣ୍ଣ ରୁପେ ଦେବୋତ୍ତର ବିଭାଗ ଓ  ପୋଲିସ ବିଭାଗର ଦୂରଦୃଷ୍ଟିର ଅଭାବ  ଓ ଏମାନେ ହିଁ ଦାୟୀ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି l କେବେ

ମାଜିଷ୍ଟ୍ରେଟ ଘର  ଆଗ ଦୋକାନରୁ ଚୋରି  ତ କେବେ ଜ଼ିଲ୍ଲା ମୁଖ୍ୟ ମେଡିକାଲରୁ ଶିଶୁ ଓ ବାଇକ ଚୋରି, କେବେ ବାହାର ଜ଼ିଲ୍ଲା ଗୁଣ୍ଡା ଆମ ଜ଼ିଲ୍ଲା ଯୁବଗୋଷ୍ଠୀ ନେତାଙ୍କୁ ଆକ୍ରମଣ, ତ  କେବେ ଦିନ ବେଳା ଡ଼ିକି ରୁ ଟଙ୍କା ଲୁଟ, କାର ଭିତରୁ  ଟଙ୍କା ଲୁଟ, ଆଉ କେବେ  ସୋନପୁର ବଲାଙ୍ଗୀର ମୁଖ୍ୟ ରାସ୍ତା ରେ ସାଧାରଣ ଯାତ୍ରୀ ଙ୍କ ଠାରୁ  ଓ  ଖୋଦ ଏସପି  ଆଉ ଜ଼ିଲ୍ଲାପାଳ ଅଫିସ ଆଗରୁ ବି ଦିନ ବେଳା  ବାଇକ ଲୁଟ  ତ କେବେ ଥାନା  ଆଗରେ କିନ୍ନର ଙ୍କୁ ଆକ୍ରମଣ ତ କେବେ ଥାନା ରେ କିନ୍ନର ଗୋଷ୍ଠୀ ଙ୍କ  ହାଲ୍ଲା ବୋଲ l ପୁଣି ଗତ କାଲି ସନ୍ଧ୍ୟା ରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପାଖରେ  ଜଣେ ପୋଲିସ ଏ ଏସ ଆଇ ଙ୍କ ଗାଡି  ଡ଼ିକି ରୁ ସୁନା ଗହଣା ଲୁଟ ଘଟଣା ରେ ଏବେ ସହର ବାସୀ ଆତଙ୍କିତ ଭୟଭୀତ ହୋଇପଡିଛନ୍ତି l ଶାନ୍ତ ସହର ଏବେ ଅଶାନ୍ତ ପାଲଟିଛି କାହିଁକି କଣ ପାଈଁ ଏସବୁ ଘଟଣା ବୃଦ୍ଧି ପାଇବାରେ ଲାଗିଛି ? ସରକାର ତ ପ୍ରଶାସନିକ ଓ ପୋଲିସ ବାଲାଙ୍କୁ ମୋଟା ଅଙ୍କ ଦରମା ଦେଲା, ସୁନ୍ଦର ଵାସ ଭବନ ସହିତ ପଦୋନ୍ନତି ବି ଦେଲା,  ସମ୍ମାନ ସୁରକ୍ଷା ଓ  କେବେ ପୁରସ୍କୃତ ବି କଲା,  ପ୍ରୋତ୍ସାହିତ କଲା,  ସବୁ ବ୍ୟବସ୍ଥା କଲା l ଚାକିରୀ ଦାଇତ୍ୱ ଦେବା ବେଳେ ଜନତା ଓ ଦେଶ ର ସୁରକ୍ଷା ପାଈଁ ବଜ୍ର ଶପଥ ବି କରାଇଲା l ତ ଲେକୁନା  ଏତେ ଦୁର୍ବଳତା ର କାରଣ କୋଉଠି ରହିଲା ? ତାହା ଲୋକେ ପ୍ରଶ୍ନ କରିଛନ୍ତି l ଦୀର୍ଘ ମାସ ରୁ କୋଭିଡ କଟକଣା ଓ  ରାସ୍ତା  ଦୁର୍ଘଟଣା ସମସ୍ୟା, ଓ ଅତିରିକ୍ତ ଜ଼ିଲ୍ଲା ମାଜିଷ୍ଟ୍ରେଟ ମାନଙ୍କ ଵାସ ଭବନ ଆଗ ରେ ପନି ପାରିଵା ବ୍ୟବସାୟୀ ଙ୍କ ଜବର ଦଖଲ ପାଈଁ ପୋଲିସ ଓ ପୌର ପ୍ରଶାସନ ପକ୍ଷରୁ ତାଙ୍କୁ ଜବର ଦଖଲ ଉଛେଦ କରା ଯାଇଥଲା l ଏମାନେ କିନ୍ତୁ ପୁଣି ଗୋଟେ ଗୋଟେ କରି ବ୍ୟବସାୟୀ ପସରା ମେଳାଇ ରାସ୍ତା  ଜାମ କଲେ l ମାଜିଷ୍ଟ୍ରେଟ  ଓ ପୋଲିସ ବିଭାଗ ସବୁ ଦିନ ତ ଏ ପଟେ ଯିବା ଆସିବା କଲେ l ତ ଆଜି ପୁଣି ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ବଢିଵା କାରଣ ରୁ ଗତ କାଲି ସୋନପୁର ପୋଲିସ ଦ୍ୱାରା ଏମାନଙ୍କୁ ରାସ୍ତା ରୁ ଉଠା ଯାଇ ରୟାଲ ପଡିଆ କୁ ସ୍ଥାନାନ୍ତର ପାଈଁ ନିର୍ଦ୍ଧେଶ ହୋଇଛି l ତ ଏଠି ପ୍ରଶ୍ନ ଉଠେ ଯେ ଜ଼ିଲ୍ଲା ପ୍ରଶାସନ, ପୌର ଓ ପୋଲିସ ପ୍ରଶାସନ ର ନିର୍ଦ୍ଧେଶ କୁ ତାଗିଦ କୁ ଏହି ବ୍ୟବସାୟୀ ମାନେ ବେଖାତିର କରୁଛନ୍ତି  କେଉଁ ସାହସ ରେ l ଏମିତି ଅନେକ ଘଟଣା ପରେ  ପଛରେ ବୁଦ୍ଧି ଦିଶୁଚି  ପୋଲିସ ପ୍ରଶାସନ ର  l ସେଥିପାଇଁ ତ କଥାରେ ଅଛି ପ୍ରିଭେନଶନ ଇଜ ବେଟର ଦିନ କିଓର l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like