-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
03-Dec-2021
କର୍ଲାମୁଣ୍ଡା:(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଯକ୍ଷ୍ମାରୋଗ ନିରାକରଣ ଅଭିଯାନ ପାଇଁ ଶୁକ୍ରବାର ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟ ରଞ୍ଜନ ପାତ୍ର, ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ଦାସ, ବ୍ଲକ ଏକାଉଣ୍ଟ ମେନେଜର ପ୍ରତାପ ସାହୁ, ବ୍ଲକ ଡାଟା ମେନେଜର ନୀତିଶ କୁମାର ଦତ୍ତ, ଡାକ୍ତର ପରିମିତା ପ୍ରମୁଖ ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନ ରଥକୁ ଉଦଘାଟନ କରି ଥିଲେ। ସଚେତନ ରଥ ଟି ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ବ୍ଲକର ସମସ୍ତ ଗାଁ କୁ ଯିବାର କାର୍ଯ୍ୟକ୍ରମ ଥିବା ବେଳେ ଆଶା କର୍ମୀ ମାନଙ୍କ ଦ୍ଵାରା ଯକ୍ଷ୍ମାରୋଗୀ ଚିହ୍ନଟ କରାଯିବ ବୋଲି ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଦାସ କହିଛନ୍ତି।