-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
03-Dec-2021
ବଲାଙ୍ଗିର /ଦେଓଗାଁ(ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମହଲାଇ ଗାଁ ର ଆମ ଆଦମୀ ପାର୍ଟି କାର୍ଯ୍ୟାଳୟ ଠାରେ ଆଗାମୀ ପଞ୍ଚାୟତ ନିର୍ବାଚନର ୧୩ ନମ୍ବର ଜୋନ୍ କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଦଳ କୁ କିପରି ଭାବରେ ସୁଦୃଢ କରିବେ ଏବଂ ବିଜୟ ହାସଲ କରିବେ ଏବଂ ସାଧାରଣ ଜନତା ଙ୍କ ପ୍ରତି ସେବା ରଖିବେ ତାହା ସବୁ ଆଲୋଚନା କରିଥିବା ଜଣାପଡିଛି। ଏହି ବୈଠକ ଟି ଆମ୍ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର ଙ୍କ ନେତୃତ୍ୱ ହୋଇଥିବା ବେଳେ ଏଥିରେ ବଲାଙ୍ଗିର ୟୁଥ୍ ଓ୍ବିଙ୍ଗ ସଭାପତି ଶୁଶାନ୍ତ ପରୁଆ, ଛାତ୍ର ନେତା ଅମନ ମହାପାତ୍ର, ଅଶୋକ ସୁନା,ରାଧେ ସାହୁ, ରବିନ୍ଦ୍ର ବେହେରା, ଆକାଶ ତ୍ରିପାଠୀ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସାମିଲ ହୋଇଥିଲେ।