-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
03-Dec-2021
ଢେଙ୍କାନାଳ (ତାପସ ଦାସ) ::ଢେଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ଗତକାଲି ପ୍ରଶାସନ ପକ୍ଷରୁ କୁଞ୍ଜକାନ୍ତି ଅଞ୍ଚଳର ୨ ନମ୍ବର ୱାର୍ଡ କୁ ୧/୧୨/୨୦୨୧ ରୁ ୧୦/୧୨/୨୦୨୧ ପର୍ଯ୍ୟନ୍ତ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିଲା । ତେବେ ଆଜି ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ ସ୍ବତନ୍ତ୍ର କୋଭିଡ୍ ଟିମ୍ ସେଠାରେ ପହଂଚି କଲେଜ ଓ ଏହାର ଦୁଇଟି ୨ଟି ହଷ୍ଟେଲକୁ ସିଲ କରିଦେଇଛନ୍ତି । ସୂଚନା ଅନୁଯାୟୀ ସର୍ବମୋଟ୍ ୨୬୦ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । ୯୦ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ସେଥୁମଧ୍ୟରୁ ୩୩ ଜଣ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ସଂକ୍ରମିତଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ନଥିବା ସୂଚନା ରହିଛି ।