-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତି ପାଳିତ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ପ୍ରଥମ ‘ଅଟଳ ସମ୍ମାନ’ରେ ସମ୍ବର୍ଦ୍ଧିତ

02-Dec-2021



ବଲାଙ୍ଗିର,(ପ୍ରେରଣା ଖବର) : ସ୍ଥାନୀୟ ପିପି ଏକାଡେମୀ ସ୍କୁଲ ପରିସରରେ ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଜୟନ୍ତି ପାଳିତ ହୋଇଯାଇଛି । ବଲାଙ୍ଗିର ଏଡିଏମ୍‌ଓ ଅନ୍ତ ନାରାୟଣ ସିଂ ଲାଗୁରି ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସ୍ମୃତି କମିଟିର ଆବାହକ ଜୟକୃଷ୍ଣ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ଡ. ଶ୍ରୀକର ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶଲାବୁଢା ଫିଲ୍ମ ନିର୍ମାତା ତଥା ଖ୍ୟାତିନାମା ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ମୁଖ୍ୟ ଅତିଥି,  ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ, ଜଗଦାନନ୍ଦ ଛୁରିଆ, ସ୍ମୃତି କମିଟି ସଂପାଦକ ସଂଗିତା ଦାଶ ମଞ୍ଚାସିନ ଥିବା ବେଳେ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଥିଲେ ସ୍ୱର୍ଗତ ଅଟଳଙ୍କୁ

ଯୁବବସ୍ଥାରେ ସମ୍ବଲପୁର ନାଟ୍ୟକଳା ଉତ୍ସବରେ ଦେଖିଥିଲି । ତା ପରେ ସିଧା ୧୫ ବର୍ଷ ପରେ ଦେଖି କଥାବାର୍ତ୍ତା ହୋଇଥିଲୁ । ତାଙ୍କ ଯୁବ ସୁଲଭ ଜୋସ୍ ଦେଖି ତାଙ୍କୁ ଫିଲ୍ମରେ ଅଭିନୟ କରିବାକୁ ପ୍ରସ୍ତାବ ଦେଇଥିଲି । ଫିଲ୍ମରେ ସେ ନିଜର ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଶ୍ରୀ ଯୋଷୀ ଆମ ଅଂଚଳର କଳା ସଂସ୍କୃତି ସବୁବେଳେ ଆଗରେ ରହିଛି । ସ୍ୱର୍ଗତ ଅଟଳ ପଣ୍ଡା କଳା ସଂସ୍କୃତିକୁ ଭଲ ପାଉଥିବା ଜଣେ ବିରଳ ବ୍ୟକ୍ତିତ୍ୱ । ତାଙ୍କ ଜନ୍ମୋତ୍ସବରେ ଆମେ କିଭଳି ଅଟଳଙ୍କ ଭଳି ଅନେକ ପ୍ରତିଭାଙ୍କୁ ଆମ ଅଂଚଳର ଚିହ୍ନଟ କରି ଆଗକୁ ନେବା ସେ ଦିଗରେ ଚେଷ୍ଟିତ ହେବାକୁ ପଡିବ ବୋଲି କହିଥିଲେ ।  ସଙ୍ଗୀତା କଳା ଜଗତ ର ଧ୍ରୁବତାରା ଅଟଳ ପଣ୍ଡା ବଲି ବକ୍ତବ୍ୟ ରଖିଥିଲେ l  ପୁଷ୍ପାଞ୍ଜଳି ବେହେରା ଓ ରାଜମଣି ସାହୁ ସ୍ୱର୍ଗତ ଅଟଳଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଅଟଳ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ଦୁଇଟି ଭିଡିଓ ଆଲବମ ଓ ତାଙ୍କ ଲିଖିତ ଦୁଇଟି ଆତ୍ମଜୀବନୀ ‘ବାନ୍ଦୁ ଉବାଚ’ ଓ ‘ଅଟଳ’ ‘ଅଟଲ ପଣ୍ଡା ଆମର ଶଳାବୁଢା’

ଏବଂ ‘ଅଟଲ ପଣ୍ଡା ଅମର ରହେ’ ର ଲୋକର୍ପଣ ହୋଇଥିଲା । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ପ୍ରଥମ ‘ଅଟଳ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଭିଡିଓ ଆଲବମରେ କାମ କରିଥିବା ବିଭୁତି ପଟ୍ଟନାୟକ, ବ୍ୟାସଦେବ ପୁରୋହିତ, ନୁର ବେଗମ, ପ୍ରତିଭାରାଣୀ ଭୁଏ, ପ୍ରୀତନନ୍ଦ ମିଶ୍ର, ପଦ୍ମିନୀ ଦୋରା, ସର୍ବେଶ୍ୱର ଭୋଇ, ଶତ୍ରୁଘ୍ନ ଲୁହା, ତୁଳାରାମ କଲେଟ, ବିରଂଚି ନାରାୟଣ ମେହେର, ଘନଶ୍ୟାମ ମେହେର, ଯତୀନ୍ଦ୍ର ପ୍ରଧାନ, ରତନ ପୂଜାରୀ, ଜେ.ପି. ସାହୁ, ସୌମ୍ୟରଂଜନ ପୂଜାରୀ, ମନ ମେହେର, ଶାଶ୍ୱତ ତ୍ରିପାଠୀ, ଅଶ୍ୱିନୀ ପଣ୍ଡା, ସୁଧାଂଶୁ ଶେଖର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।   ସଭା ପରେ ଓଡିଶା ସଂସ୍କୃତିକ ବିଭାଗ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ବ୍ରିସ୍କା କୋଚିଂ ସେଣ୍ଟର ଓ ଡିଏସ୍ ଅନୁଷ୍ଠାନ ଛାତ୍ର ଛାତ୍ରୀ ଶଲାବୁଢାର ଗୀତ ପରିବେଷଣ କରିଥିଲେ । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଶୁଭେଚ୍ଛା ବାର୍ତ୍ତl ଦେଇଥିଲେ । ଶେଷରେ ସର୍ବେଶ୍ୱର ଭୋଇଙ୍କ ଗୀତରେ ଆୟୋଜନ କମିଟିକୁ ମନୋରଂଜନ କରିଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ ମହାକୁର, ନବଘନ ଦାଶ, ସୋମନାଥ ମିଶ୍ର, ଲଳିତ ପୁଝାରୀ, ସତ୍ୟବ୍ରତ ପୁଟେଲ, ଚକ୍ରପାଣି ମିଶ୍ର, ବିନୋଦ କାଲସାଏ, ରାମ ଦାଶ, ବାସୁଦେବ ସା, ମିଲି ବାରିକ, ସଂଜିବ ସାହୁ, ଅଭିଷେକ ଦାଶ ପ୍ରମୁଖ ସହଯୋଗ କରିଥିବା ବେଳେ କପିଳେଶ୍ୱର ଖମାରୀ ଧନ୍ୟବାଦ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like