-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
କର୍ଲାମୁଣ୍ଡା( ପ୍ରଦୀପ କୁମାର ସାହୁ)
ସରକାର ଷାଠିଏ ବର୍ଷ ରୁ ଉର୍ଦ୍ଧ୍ବ ମହିଳା ,ପୁରୁଷ ତଥା ବିଧବା ଓ ଦିବ୍ୟଙ୍ଗ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ରେ ପେନସନ ଦେବାକୁ ନିୟମ ତିଆରି କରିଥିଲେ ହେ ଯୋଗ୍ୟ ବ୍ୟକ୍ତି ମାନେ ଏହି ଯୋଜନା ର ସୁଫଳ ପାଇ ପାରୁ ନ ଥିବା ଦେଖିବାକୁ ମିଳୁଛି।ଏଭଳି ସ୍ଥିତି କଳାହାଣ୍ଡି ଜିଲ୍ଲା କ ର୍ଲା ମୁଣ୍ଡା ବ୍ଲକ ରେଗଡା ପଂଚାୟତ ବିଜାପାଟି ଗ୍ରାମ ରେ ଦେଖିବାକୁ ମିଳିଛି ।ଏହି ଗ୍ରାମ ଟି ବ୍ଲକ ସଦର ମହକୁମାଠାରୁ ୧୨ କିଲୋମିଟର ଦୂରରେ ଅବସ୍ଥିତ ।ଗାଁ ର ମୋଟ ୧୪୮ ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ବସବାସ କରନ୍ତି। ଏହି ଗାଁ ର ଘନଶ୍ୟାମ ମାଝୀ, ଜୟଦେବ ବଗର୍ତ୍ତି, ଗଣେଶ୍ୱର ବାଗ,ବିଶାଖା ଦୀପ, ଦେବକୀ ଦୀପ, ବିଷ୍ଣୁ ହରିଜନ, ବୃନ୍ଦା ଦୀପ,ଜଗଲସାଏ ଦୀପ, ଆଲଚନୀ ଦୀପ,ହରିଲାଲ ଦୀପ, କମଳା କୁମାର,ଜନ୍ଦୁ ଦୀପ, ବାଲମତି ଦୀପ ପ୍ରମୁଖ ପେନସନ ପାଇବା କୁ ଯୋଗ୍ୟ ହୋଇଥିଲେ ସୁଧା ପେନସନ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ।ତେବେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅନେକ ଥର ଆବେଦନ କରିଥିଲେ ମଧ୍ୟ ପେନସନ ପାଇପାରୁନଥିବା ଗ୍ରାମବାସୀ କହିଛନ୍ତି।