-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
01-Dec-2021
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) ): ବଙ୍ଗୋମୁଣ୍ଡା ଥାନାରେ ପହଞ୍ଚିଲା ଭିଜିଲାନ୍ସ ଟିମ୍ । ଗତକାଲି ଥାନା ଅଧିକାରୀଙ୍କଠାରୁ ଟଙ୍କା ଜବତ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ପୃକ୍ତ ଥାନା ଅଧିକାରୀଙ୍କ ବଙ୍ଗୋମୁଣ୍ଡା ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଥାନା ଅଧିକାରୀ ବିନୋଦ ବିହାରୀ ନାଏକଙ୍କ ଘରେ ଚଢ଼ାଉ ହୋଇଛି । ୮ ଜଣିଆ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୯୦ ହଜାରରୁ ଅଧିକ ଟଙ୍କା ଜବତ ହେଲାଣି ବୋଲି ସୂଚନା ମିଳିଛି ।