-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଓଡ଼ିଆ ବିଭାଗ ପକ୍ଷରୁ କଲେଜ ସଭାଗୃହ ଠାରେ " ସାରଳା ସାହିତ୍ୟ" ଉପରେ ଏକ ପାଠଚକ୍ର ଅନୁଷ୍ଟିତ ହୋଇଯାଇଛି ।ଓଡ଼ିଆ ବିଭାଗର ମୁଖ୍ୟ ତଥା ଅଧ୍ୟାପିକା ପ୍ରମିତା କୁମାରୀ ମିଶ୍ରଙ୍କ ପରିଚାଳନାରେ ଆଜି ଅନୁଷ୍ଟିତ ଏହି ପାଠଚକ୍ରରେ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାରଳା ସାହିତ୍ୟ ଉପରେ ଆଲୋଚନା କରିବା ସହ ସାରଳା ଦାସ ଏକ ମହାନ ବ୍ୟକ୍ତିତ୍ଵ ବୋଲି କହିଥିଲେ।ଅଧ୍ୟାପିକା ଶ୍ରୀମତୀ ପ୍ରମିତା କୁମାରୀ ସାରଳାଙ୍କ ସମଗ୍ର କୃତି ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ବଳଦେବ ପଣ୍ଡା ସାରଳା ଦାସଙ୍କ ଜୀବନୀ, କବିତ୍ବ ପ୍ରାପ୍ତି,ସାରଳା ମହାଭାରତ ଆଦି ଉପରେ ବର୍ଣ୍ଣନା କରିଥିବା ବେଳେ ଅଜିତ ନେଗି ସାରଳା ସାହିତ୍ୟର
ସାମାଜିକ ପୃଷ୍ଠଭୂମି,ଛାତ୍ରୀ ଅଞ୍ଜୁରାଣୀ ମିଶ୍ର ସାରଳା ସାହିତ୍ୟର ରାଜନୈତିକ ପୃଷ୍ଠଭୂମି,ସଲୋନୀ ପଣ୍ଡା ସାରଳା ସାହିତ୍ୟର ସାହିତ୍ୟକ ପୃଷ୍ଠଭୂମି ଉପରେ ପ୍ରବନ୍ଧ ପାଠ କରିଥିଲେ । ସଭାକୁ ଓଡ଼ିଆ ଅଧ୍ୟାପକ ଭଗବାନ ସାହୁ ସଂଯୋଜନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।