-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ବଲାଙ୍ଗିର (ପୁର୍ଣ୍ଣ ଶଶୀ ଶେଖର ରାଓ)ଆଜି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମହଲେଇ ଗ୍ରାମ ପଞ୍ଚାୟତ ର ମହଲେଇ ଗ୍ରାମ ରେ ଆମ୍ ଆଦମି ପାର୍ଟି ପକ୍ଷରୁ ସଫେଇ କାର୍ଯ୍ୟ କରିଥିବା ଜଣାପଡିଛି। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଆମ୍ ଆଦମୀ ପାର୍ଟି ର ସମ୍ପାଦକ ଶଙ୍କର୍ଷଣ ମହାପାତ୍ର ଙ୍କ ନେତୃତ୍ୱ ରେ ପାର୍ଟି କର୍ମଚାରୀ ମାନେ ଗାଁ କୁ ସ୍ଵଚ୍ଛ କରିବା ପାଇଁ ଗାଁ ର
ରାସ୍ତା ଏବଂ ପଞ୍ଚାୟତ ଏରିଆ କୁ ସଫାଇଁ ଅଭିଯାନ ମାଧ୍ୟମରେ ସଫାଇ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନିଲ ସା, ରମାକାନ୍ତ ବେହେରା,ବାବୁଲାଲ,ରିଙ୍କୁ କୁମ୍ଭାର, ଶଙ୍କର ସାହୁ,ରାଧେ ସାହୁ ଆଦି ସହଯୋଗ କରିଥିଲେ । ସବୁବେଳେ ଏହି ଅଞ୍ଚଳ ର ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝି ସମାଧାନ କରିବାରେ ଲାଗିଥିବା ଯୋଗୁଁ ଅଞ୍ଚଳର ଲୋକମାନେ ଶଙ୍କର୍ଷଣ ମହାପାତ୍ର ଓ ଆଶିଷ ପାଣ୍ଡେ କୁ କୃତଜ୍ଞତା ଜ୍ଞାପନ କରୁଛନ୍ତି ।