-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2021
ବଡ଼ଚଣା: ୪୩ ଗୋଟି କଇଁଛ କୁ ଜବତ କଲା ଛତିଆ ଫାଣ୍ଡି ଅଧିକାରୀ…
ଦୀର୍ଘଦିନ ଧରି ବେ- ଆଇନ ମଧୁର ଜଳ କଇଁଛ କାର ବାର ର ରାକେଟ କୁ କାବୁ କଲେ ଛତିଆ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ। ସୂଚନା ଥାଉକି, ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ସୋଲର ପଞ୍ଚାୟତର ମୁଳିଝର ମୁଣ୍ଡା ସାହି ର ସୁକଦେଵ ମଣ୍ଡଳ ନାମକ ଜନୈକ ବ୍ୟକ୍ତି ଙ୍କ ଘରୁ ଏହି କଇଁଛ କିଣା ବିକା କରୁ ଥିବା ସମୟରେ, ବିଶେଷ ସୂତ୍ରରୁ ଖବର ପାଇ ଛତିଆ ଫାଣ୍ଡି ଅଧିକାରୀ ଓ ସହଯୋଗୀ ମାନେ ଚଢ଼ାଉ କରି ୫୦କେଜି ରୁ ଉର୍ଦ୍ଧ ମଧୁର ଜଳ କଇଁଛ କୁ ଘଟଣା ସ୍ଥଳରୁ ପୋଲିସ ଜବତ କରିଥିବା ଦେଖିବାକୁ ମିଳିଛି। ପରେ ଏହି ଖବର ଡାଲି ଯୋଡ଼ା ବନାଞ୍ଚଳ ଅଧିକାରୀ ସରୋଜ କୁମାର ମଲ୍ଲିକ ସଦଳ ବଳେ ଛତିଆ ଫାଣ୍ଡିରେ ପହଞ୍ଚି କଇଁଛ ଗୁଡିକୁ ଉଦ୍ଧାର କରି ଥିବା ବେଳେ, ବେ-ଆଇନ ଚୋରା ଚାଲାଣ କାରୀ ଅଜୟ କୁ ଗିରଫ କରିଛି, ଅନ୍ୟ ମୁଖ୍ୟ ବେପାରୀ ସୁକଦେଵ ମଣ୍ଡଳ ଖସି ପଳାଇ ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ଅଭିଯୁକ୍ତ କଲିକତା ର ସୁନା ବନିଆଁ ଅଞ୍ଚଳର ଅଜୟ ବୋଲି ଜଣାପଡ଼ିଛି।ତେବେ ଦୀର୍ଘଦିନ ଧରି ଅବାଧରେ ଏହି କାରବାର ଚାଲୁ ରହି ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ରାକେଟ ସକ୍ରିୟ ଥିବା ସୂଚନା ମିଳିଛି।