-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2021
ଢେଙ୍କାନାଳ (ତାପସ ଦାସ) : ଆଜି ଢ଼େଙ୍କାନାଳ ଲେଖକ ସଂସଦର ୪୨ତମ ସାମ୍ବତ୍ସରିକ ମହୋତ୍ସବ ସ୍ଥାନୀୟ ବସନ୍ତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭବରେ ଢେଙ୍କାନାଳ ସଂସଦ ମହେଶ ସାହୁ, ସମ୍ମାନିତ ଅତିଥି ଭବରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ , ଲେଖକ ସଂସଦର ମୁଖ୍ୟ ପ୍ରାକ୍ତନ ଜିଲ୍ଲାପାଳ ସନାତନ ରାଉତ, ସମ୍ମାନୀୟ ବ୍ୟକ୍ତା ଭବାନୀ ଶଙ୍କର ମିଶ୍ର, ଆଇନଜୀବୀ ଦୀପ୍ତିଶ ପଟ୍ଟନାୟକ, ଲେଖକ ସଂସଦର ସଭାପତି ଭିକାରୀ ଚରଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ସକାଳେ କବିତା ପଠନ କରାଯିବା ପରେ ଅତିଥୀମାନଙ୍କ ଦ୍ୱାର ଦ୍ୱୀପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ ଗଣେଶ୍ୱର ମିଶ୍ରଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଲେଖକ ସଂସଦର ସଭାପତିଙ୍କ ଦ୍ୱାରା ବିବରଣୀ ପାଠ କରାଯାଇଥିଲା । ଏହାପରେ ସାଂସଦ ପାଣ୍ଠି ଦ୍ୱାରା ନିର୍ମିତ ଲେଖକ ସଂସଦ ପାଠାଗାରକୁ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ଏହାପରେ ପୁସ୍ତକ ସପ୍ତାରଣ୍ୟ, ସୁନ୍ଦର ଶ୍ରୀରାମ ଓ ଅଲେଖ ମହିମା ଗୁଡିକୁ ଉନ୍ମୋଚନ କରାଯାଇଥିଲା l ଲେଖକ ସଂସଦର ଲେଖକ ଓ କବିମାନଙ୍କର ଲେଖାକୁ ଜିଲ୍ଲାପାଳ ଶ୍ରୀ ସେଠୀ ପ୍ରଶଂସା କରିବା ସହ ପାଠାଗାର ପାଇଁ ଆଲମୀରା ଯୋଗାଇ ଦେବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି । ଏହାପରେ ବିଭିନ୍ନଲେଖକ ସଂସଦର ସଭାପତି ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ମଧ୍ୟାହ୍ନରେ କବିତା ଆସର କରାଯାଇଥିଲା ।