-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2021
ସମ୍ବଲପୁର ପୁଣି ଚିନ୍ତା ବଢାଇଲାଣି କରୋନା । ଦିନକୁ ଦିନ କମିବା ବଦଳରେ ମୁଣ୍ଡ ଟେକୁଛି ସଂକ୍ରମଣ । ଏବେ ବୁର୍ଲା ଭୀମସାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ୫୯ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି । ପୂର୍ବରୁ ୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ଆଉ ଜଣେ ଛାତ୍ର ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା ।
ଆଉ ୨୧ଜଣ ଛାତ୍ରଛାତ୍ରୀଙ୍କଠାରୁ ସଂଗ୍ରହ ହୋଇଥିବା ନମୂନା ଆସନ୍ତାକାଲି ଭୁବନେଶ୍ୱର ଆଇଏଲଏସକୁ ପଠାଯିବ । ଜିନୋମ ସିକ୍ୟୁଏନସ ପରେ ଜଣାପଡ଼ିବ ଯେ ଆକ୍ରାନ୍ତଙ୍କଠାରେ କେଉଁ ଭ୍ୟାରିଆଣ୍ଟର ଭୂତାଣୁ ଅଛନ୍ତି । କୋଭିଡର ଦୁଇଟି ଡୋଜ୍ ଟିକା ନେବା ସତ୍ତେ୍ୱ କାହିଁକି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଆକ୍ରାନ୍ତ ହେଲେ ତାହା ଜାଣିବାକୁ ଭୀମସାର ପକ୍ଷରୁ ପଠାଯିବ ବୋଲି ଭୀମସାର କର୍ତ୍ତୃପକ୍ଷ କହିଛନ୍ତି । ଭୀମସାର ଛାତ୍ରଛାତ୍ରୀ କରୋନା ପଜିଟିଭ୍ ବାହାରିବା ପରେ ଏହାର କିଛି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ଏହାସହ ଷ୍ଟାଫ୍ କ୍ୱାର୍ଟରକୁ ବଫର୍ ଜୋନ୍ ବୋଲି ଘୋଷଣା କରାଯାଇଛି।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)