-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Nov-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) :ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ସ୍ଥାନୀୟ ଐତିହାସିକ ପୀଠ ଛନଚାନ ଡୁଙ୍ଗୁରି ତଳେ ଥିବା ଶ୍ରୀ ଲୋକନାଥ ଶୈଵ ପୀଠ ଠାରେ ସାପ୍ତାହିକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଛି l ବରିଷ୍ଟ ସଭ୍ୟ ଶ୍ରୀ ଗରିବ ଲୋଇ ଙ୍କ ତତ୍ୱାବଧାନ ଓ ରାମଚନ୍ଦ୍ର ଅଗ୍ରୱାଲ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ଅଭିଯାନ ରେ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ପ୍ରମୋଦ ସାହୁ, ସିମାଞ୍ଚଳ ହୋତା, ମନୋଜ ପଣ୍ଡା, ତରଣୀ ମେହେର, ପ୍ରଫୁଲ୍ଲ ନାଏକ, ପ୍ରମୋଦ ମାହାଣl, ପ୍ରତାପ ଦାଶ, , ତ୍ରିଲୋଚନ ତରିଆ, ଜୟ ନାରାୟଣ ସାହୁ, କ୍ରିଷ୍ଣା ମେହେର, ପ୍ରମୁଖ ସମସ୍ତ ସକ୍ରିୟ ସଭ୍ୟ ଯୋଗ ଦେଇ ସଫେଇ କରିଥିଲେ l ସୁବର୍ଣ୍ଣପୁର ର ଏହି ଐତିହାସିକ ପୀଠ ଓ ପର୍ୟ୍ୟଟନ କ୍ଷେତ୍ରରେ ନୁଆଁ ବର୍ଷ ଡିସେମ୍ବର ଓ ଜାନୁଆରୀ ମାସ ରେ ଶ୍ରୀ
ଲୋକନାଥ ମନ୍ଦିର, ଶ୍ରୀ ରାମେଶ୍ୱର ମନ୍ଦିର ଶ୍ରୀ ସୁବର୍ଣ୍ଣ ମେରୁ ମନ୍ଦିର, ମା ସୁରେଶ୍ୱରୀ, ମା ଲଙ୍କେଶ୍ୱରୀ ମନ୍ଦିର ପାଖ ଆଖ ଅଂଚଳ ରେ ପ୍ରତିବର୍ଷ ବଣ ଭୋଜି ପାଈଁ ରାଜ୍ୟ ସାରା ଲୋକଙ୍କ ଭିଡ଼ ଜମୁଥିବାରୁ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ଓ ସ୍ଥାନୀୟ ପୌର ପରିଷଦ ର ମିଳିତ ସହଯୋଗ ରେ ସହର ର ବିଭିନ୍ନ ମନ୍ଦିର ଓ ପର୍ୟ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ସଫେଇ ଅଭିଯାନ ଜାରିରହିବ ବୋଲି ସଂଗଠନ ସଭାପତି ଲଷ୍ମୀନାରାୟଣ ମେହେର, ଉପଦେଷ୍ଟା ସୟଦ ଅଲିମୁଲ ଇସଲାମ ପ୍ରକାଶ କରିଛନ୍ତି l