-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ) : - ଜାଲ କମ୍ପାନୀ ମାନେ ବିଭିନ୍ନ ପ୍ରକାର ଆଳ ଦେଖାଇ ବ୍ୟାଙ୍କ୍ ଠାରୁ ଠକିବା ଆରମ୍ଭ କରିଛନ୍ତି । ଏସ ଆର ଆଳକୋବେଦ ପ୍ରାଇଭେଟ୍ ଲିମିଟେଡ ନାମକ ଏକ ଜାଲ କମ୍ପାନୀ ଉପରେ ଏକ ସି ବି ଆଇ ଟିମ୍ ବୁଧୁବାର ଦିନ ଚଢାଉ କରିଛନ୍ତି । ସୂଚନାନୁସାରେ , ଏହି କମ୍ପାନୀ ବ୍ୟବସାୟ ବଢ଼ାଇବା ଆଳରେ ଦୁଇଟି ବ୍ୟାଙ୍କ୍ କୁ ଚୁନା ଲଗାଇଥିଲା । ଏହି ଦୁଇଟି ବ୍ୟାଙ୍କ୍ ହେଲା କଟକ ବକ୍ସି ବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଏବଂ ଖାରବେଳ
ନଗର ସ୍ଥିତ ଆହ୍ଲାବାଦ ବ୍ୟାଙ୍କ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ରୁ ୪୦ କୋଟି ଲୋନ ନେଇଥିବା ବେଳେ ଆହ୍ଲାବାଦ ବ୍ୟାଙ୍କ ରୁ ୩୩ କୋଟି ଟଙ୍କା ଲୋନ୍ ନେଇ ପରିଶୋଧ ନ କରିବାରୁ ସି ବି ଆଇ ରେ ବ୍ୟାଙ୍କ୍ ମ୍ୟାନେଜର ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ଜାଲ କମ୍ପାନୀ ଉପରେ ସି ବି ଆଇ ପକ୍ଷରୁ ରେଡ କରାଯାଇଛି । ରେଡ ପରେ ସତ୍ୟା ସତ୍ୟ ସାମ୍ନା କୁ ଆସିବ ।