-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ପଂଚାୟତ ବାନିପାଳି ଗ୍ରାମରେ କପା ଫସଲକୁ ନେଇ ଏକ ତାଲିମ୍ ଶିବିର ଅନଷ୍ଠିତ ହୋଇଯାଇଛି l ଏହି ତାଲିମ୍ ଶିବିରରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ବୈକୁଣ୍ଠ ଚରଣ ସାହୁ, ଅତିରିକ୍ତ କୃଷି ନିର୍ଦ୍ଦେଶକ (ଭୁବନେଶ୍ୱର)ତରୁଣ କୁମାର ବେହେରା, ଲୋଇସିଂହା ବ୍ଲକ କୃଷି ଅଧିକାରୀ ଉମାଶଙ୍କର ମିଶ୍ର, ଭି. ଏ. ଡବ୍ଲୁ ଜେଷ୍ଟ ସୁନା, ବାନିପାଲି କୃଷକ ସାଥୀ ରୁଦ୍ର କିଶୋର ପଧାନ ଯୋଗଦାନ କରି ବାନୀପାଲି ଅଞ୍ଚଳ ର କପାଚାଷୀ ମାନଙ୍କୁ କପା ବିଷୟକୁ ନେଇ ତାଲିମ୍ ପ୍ରଦାନ କରିଥିଲେ l କପା ଚାଷରେ କେଉଁ କେଉଁ ପ୍ରତି ଦୃଷ୍ଟି ଦେବା କଥା, କିପରି ଭାବରେ ଅଧିକ ଅମଳ ହୋଇପାରିବ ଓ ଚାଷ ପ୍ରଣାଳୀ ବିଷୟରେ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ଶିବିରରେ ମଧୁସୂଦନ ନାଏକ, ଆନନ୍ଦ ପଧାନ, ବିଘ୍ନରାଜ ପଧାନ, ମୁରାରି ବରିହା, ପ୍ରବୀଣ ନାଏକ, ଅରବିନ୍ଦ ପଧାନ, ସୁଶିଲ ପଧାନ, ବିନୋଦ ପଧାନ ପ୍ରମୁଖ ସହଯୋଗ କରିଥିଲେ l