-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ବାରିପଦା:(ପ୍ରେରଣା ଖବର ବ୍ୟୁରୋ) - ଇତି ମଧ୍ୟରେ ଅନେକ ସରକାରୀ ଚାକିରିଆ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସେହିଭଳି ଜଣେ କନିଷ୍ଠ ଯନ୍ତ୍ରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଏହି ଚଢାଉ ବାରିପଦା ଆଇ ଟି ଡି ଏ ର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ ଙ୍କ ଘରେ ଭିଜିଲାନ୍ସ ରେଡ କରିଥିବା ସୂଚନା ରୁ ଜଣାପଡିଛି । ଉତ୍ତରାଞ୍ଚଳ ଭିଜିଲାନ୍ସ ଆରକ୍ଷୀ ଅଧିକାରୀ ଙ୍କ ଉପସ୍ଥିତି ରେ ତଦନ୍ତ ଚାଲିଥିବା ଜଣାପଡିଛି । ଭୁବନେଶ୍ୱର ଭିଜିଲାନ୍ସ ସନ୍ତୋଷ ଙ୍କ ୧୨ ଟି ସ୍ଥାନରେ ଏକ ସମୟରେ ଚଢାଉ କରିଛନ୍ତି । ଠିକାଦାର ଙ୍କ ଜାଲ ଦସ୍ତଖତ ନେଇ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିବା ବେଳେ ପୂର୍ବରୁ ସେ ଅନେକ ଦୁର୍ନୀତି ରେ ଲିପ୍ତ ଥିବା ଚର୍ଚ୍ଚା ହେଉଛି ।