-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
24-Nov-2021
ବଲାଙ୍ଗିର (ପୁର୍ଣ୍ଣ ଶଶୀ ଶେଖର ରାଓ)ଆଜି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମହଲେଇ ଗ୍ରାମ ପଞ୍ଚାୟତର ବଲାରପାଳି ଏବଂ ସର୍ଗୀପାଳି ଗାଆଁ ର ମାଁ ମାହେଶ୍ୱରୀ କମିଟି ପକ୍ଷରୁ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି କମିଟିର ସଭାପତି ତ୍ରିଲୋଚନ ଛତ୍ରୀଆଙ୍କ ଆହ୍ଵାନ କ୍ରମେ ଏବଂ ମୂଲ୍ୟବାନ ପଧାନ, ପୁରନ୍ଦର ପ୍ରଧାନ,ସଞ୍ଜୀବ ପ୍ରଧାନ, ରଙ୍କ କୁଅଁର, ତୁଷରାଜ
ମହାକୁଡ ଆଦିଙ୍କ ସହଯୋଗ କ୍ରମେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧୬ଗୋଟି ଦଳ ଅଂଶଗ୍ରହଣ କରିଥିବା ଜଣାପଡିଛି। ଏହି ଟୁର୍ଣ୍ଣାମେଣ୍ଟରେ ୫ ଦିନ ଧରି ଚାଲିବା ସହ ଦୁଇ ରାଉଣ୍ଡ ଲେଖାଏଁ ପ୍ରତିଯୋଗିତା ହେବ ।ଆଜି ଟୁର୍ନାମେଣ୍ଟ ର ପ୍ରଥମ ଦିବସରେ ବଳାର୍ପାଳି ଏବ୍ଂ ସର୍ଗୀପାଳି ମଧ୍ୟରେ ପ୍ରତିଯୋଗୀତା ହୋଇଥିଲା ଏବଂ ଏଥିରେ ମୂଖ୍ୟ ଅତିଥି ଭାବେ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ମୁଖପାତ୍ର ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ
ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଆପ୍ ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିଲେ। ଶାନ୍ତିଶୃଙ୍ଖଳା ରେ ମ୍ୟାଚକୁ ଖେଳିବା ଓ ଖେଳ ପରିଚାଳନା କରାଇବାକୁ ଅମ୍ପାୟାର ଭାଗିରଥି ସାହୁ ,କିରଣ ସାହୁ ଙ୍କୁ ଶ୍ରୀ ପାଣ୍ଡେ ଉପଦେଶ ଦେଇଥିଲେ।