-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
24-Nov-2021
ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ) :: ସ୍ଥାନୀୟ ଗୁରୁପଡା ବାସିନ୍ଦା ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ଅବସରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ. ଗୋପ ରଞ୍ଜନ ମହାପାତ୍ର (୮୪) ଙ୍କ ମଙ୍ଗଳବାର ସନ୍ଧ୍ୟା ୬. ୪୫ମି. ସମୟରେ ହୃଦଘାତରେ ପରଲୋକ ଘଟିଛି I ସେ ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ନିଷ୍କପଟ, ପରୋପକାରୀ, ସହୃଦୟ ବ୍ୟକ୍ତି ଭାବେ ସୁଖ୍ୟାତି ଅର୍ଜନ କରିଥିଲେ I ସ୍ଥାନୀୟ ରାଜଘାଟ ରେ ଆଜି ସନ୍ଧ୍ୟାରେ ଶେଷକୃତ୍ୟ ସମ୍ପର୍ଣ ହୋଇଥିବା ବେଳେ ବିଧବା ପତ୍ନୀ ଚନ୍ଦ୍ରକାନ୍ତି , ଏକ ମାତ୍ର ପୁଅ ସାମ୍ବାଦିକ ସୁଶାନ୍ତ , ଝିଅ ସ୍ନିଗ୍ଧାମୟୀ,ଜ୍ୟାଇଁ ସୁବ୍ରତ ମିଶ୍ର , ପୁତ୍ରବଧୂ ପ୍ରଜ୍ଞା ପରମିତା ପାଣିଗ୍ରାହୀ ନାତୁଣୀ ସ୍ୱୟଂଶ୍ରୀ, ନାତି ସଂକଳ୍ପ, ସିଦ୍ଧାନ୍ତ, ବଡ଼ଭାଇ ଜାତୀୟ ରାଜପଥ ବିଭାଗ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ. ମାନଭଞ୍ଜନ ମହାପାତ୍ର, ଜ୍ଞାନ ରଞ୍ଜନ ମହାପାତ୍ର, ଅବସରପ୍ରାପ୍ତ ସିଡିଏମଓ ଡ଼. ମନୋରଞ୍ଜନ ମହାପାତ୍ର, ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ.ସତ୍ୟରଞ୍ଜନ ମହାପାତ୍ର ତଥା ପରିବାର ବର୍ଗ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ I ଏକ ମାତ୍ର ପୁଅ ସାମ୍ବାଦିକ ସୁଶାନ୍ତ ମହାପାତ୍ର ମୂଖାଗ୍ନୀ ଦେଇଥିଲେ। ତାଙ୍କ ପରଲୋକରେ ଆତ୍ମୀୟ ସ୍ୱଜନ, ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ସମ୍ବଲପୁର ରୋଟାରି କ୍ଳବ ସଭାପତି ବିକ୍ରମ ସେନାପତି, ଦାମୋଦର କର, ସନ୍ତୋଷ ହୋତା, ସୁଧୀର ପାଣିଗ୍ରାହୀ, ସୁବୋଧ ପାଣିଗ୍ରାହୀ, ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର, ସାଧାରଣ ସମ୍ପାଦକ ସରୋଜ ସାହୁ, ଶିଶିର ସାହୁ, ନରେଶ ମାହାଣI ପ୍ରମୁଖ ବ୍ୟକ୍ତି ରାଜଘାଟ ପହଂଚି ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I