-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
24-Nov-2021
ପଦ୍ମପୁର/ଝାରବନ୍ଧ:-ବରଗଡ ଜ଼ିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏବଂ ନେହେରୁ ଯୁବକେନ୍ଦ୍ର ବରଗଡ ଆନୁକୂଲ୍ୟରେ ସ୍ବେଛାସେବୀ ଦୁର୍ଯୋଧନ ପାଣ୍ଡେ ଙ୍କ ଦ୍ଵାରା ଆୟୋଜିତ ଜଳ ସଂରକ୍ଷଣ ସଚେତନତା କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଜଳ ସଂରକ୍ଷଣ ପାଇଁ ଶପଥ ପାଠ ପରେ ଅଧ୍ୟାପକ ଗଗନ ବିହାରୀ ଡନସନା ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇ କୁଇଜ ପ୍ରତିଯୋଗିତା ଆରମ୍ଭ ହୋଇଥିଲା l ଏଥିରେ ଅତିଥି ଭାବେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରା, ଓଡ଼ିଆ ଅଧ୍ୟାପକ ଡ ରଶ୍ମୀରଞ୍ଜନ ମହାନ୍ତି, ବକ୍ତା ଭାବେ ଅଧ୍ୟାପକ
କ୍ଷାତିମୟ ତ୍ରିପାଠୀ ଏବଂ ମୂଲ୍ୟାଙ୍କନ ରେ ରିତାଞ୍ଜଳୀ ଗୁରୁ , ରଶ୍ମୀ ମହାଳିଙ୍ଗ, ଅଦବେଦ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ l 30 ଜଣ ପ୍ରୀତିଯୋଗୀ ଅଂଶ ଗ୍ରହଣ କରି ଜଳ ସଂରକ୍ଷଣ ଉପରେ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇଥିଲେ l ଏଥିରେ ଅଲେଖ ସଗରିଆ ପ୍ରଥମ, ଉମେଶ ରାଉତ ଦ୍ଵିତୀୟ, ଲିସାରାଣୀ ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ l ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଅଧ୍ୟକ୍ଷ ଶ୍ରୀଯୁକ୍ତ ବେହେରା କୃତୀ ପ୍ରତିଯୋଗୀ ଙ୍କୁ ସାଟିଫିକେଟ ସହ ଟ୍ରଫି ପ୍ରଦାନ କରିଥିଲେ l ଶେଷରେ ସରୋଜ କୁମାର ଶବର ଧନ୍ୟବାଦ ଅର୍ପଣ କରିଥିଲେ l