-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
24-Nov-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) : ଶ୍ରୀ ସତ୍ୟସାଇ ବାବା ଙ୍କ ୯୬ ତମ ଜୟନ୍ତୀ ଅବସରରେ ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ଟିଟିଲାଗଡ ପକ୍ଷରୁ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ସମିତିର ଆବାହକ ମାନସ କୁମାର ରଥ, ଜିଲ୍ଲା ସମିତି ସଭାପତି କ୍ଷୀରୋଦ ସାହୁ,ଆଧ୍ୟାତ୍ମିକ ଆବାହକ ଛବିନ୍ଦ୍ର ବାରିକ,ସେବା ଦଳ ଆବାହକ ଶିବ ଶଙ୍କର ସାହୁ ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବ ପ୍ରାତଃ ୫ ଟା ରୁ ନଗର ସଙ୍କୀର୍ତ୍ତନ ସହ ଆରମ୍ଭ କରାଯାଇଥିବା ବେଳେ ରାତି ୯ ରେ ମଙ୍ଗଳ ଆରତୀ ପରେ ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହର ର ବିଭିନ୍ନ ପ୍ରାନ୍ତରୁ ବହୁ ମହିଳା ଓ ପୁରୁଷ ସାଇ ଭକ୍ତ ତଥା ଅନୁଷ୍ଠାନ ର ସଦସ୍ୟ ଯୋଗ ଦେଇଥିଲେ।