-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଆଜି ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକର ଦୁଡୁକା ପଞ୍ଚାୟତ ଭିତରେ ଥିବା ସୁବିଧା କେନ୍ଦ୍ରରେ ଚାଷୀମାନଙ୍କର ମଣ୍ଡି ବ୍ୟବସ୍ଥାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବଲାଙ୍ଗୀର ଜିଲ୍ଲାର ଷ୍ଟାଣ୍ଡିଂ କମିଟିର ସଦସ୍ୟ ମାନେ ତଥା ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ, ବଲାଙ୍ଗୀର ଜିଲ୍ଲାର ଉପଜିଲ୍ଲାପାଳ ଶ୍ରୀ ଧାରୁଆ ସାର୍, ଆଗଲପୁର ତହସିଲଦାର ସୁଚିତା ପୁଷ୍ପା ପ୍ରଭୃତି ମାନ୍ୟଗଣ୍ୟ ଉଚ୍ଚପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ l ଏହି ବୈଠକରେ ବ୍ଲକରେ ଲାଗି ରହିଥିବା ଧାନ କିଣା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା l ଏହି ବୈଠକରେ ଆଗଲପୁର ବ୍ଲକର ବହୁ ଚାଷୀ ଉପସ୍ଥିତ ରହିଥିବା ବେଳେ ଏଠାରେ ଥିବା ଚାଷୀ ସମସ୍ୟା ଉପରେ ବିଷଦ ଆଲୋଚନା ହୋଇଥିଲା l