-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
କର୍ଲ।ମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ରେ ଅଲ ଓଡିଶା ଅଙ୍ଗନୱଡି ଲେଡିଜ ୱାର୍କସ ଆସୋସିଏସନ କର୍ଲ।ମୁଣ୍ଡା ଶାଖା ପକ୍ଷରୁ ସୋମବାର ସଂଘ ସଭାନେତ୍ରୀ ସଲମୀ ନାଗ, ସମ୍ପାଦିକା ସୁଲକ୍ଷଣି ସାହୁ ଙ୍କ ନେତୃତ୍ୱରେ ଅଙ୍ଗନୱଡି କର୍ମୀ ମାନେ ଶୋଭାଯାତ୍ରାରେ ଆସି ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ କର୍ଲ।ମୁଣ୍ଡା ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଧା ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।ଦାବି ଗୁଡିକ ମଧ୍ୟରେ ଅଙ୍ଗନୱଡି କର୍ମୀ ଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା ସହିତ ଚାକିରୀ ସର୍ତ୍ତ ବଳି ଲାଗୁ କରାଯାଉ।ଅଙ୍ଗନୱଡି କର୍ମୀ/ମିନି ଅଙ୍ଗନୱଡି କର୍ମୀ ଓ ସହାୟିକା ମାନଙ୍କୁ ଇପିଏଫ ଓ ଇସିଆସି,ପେନସନ ର ବ୍ୟବସ୍ଥା କରିବା, ମିନିଅଙ୍ଗନୱଡି ଙ୍କୁ ଅଙ୍ଗନୱଡି କର୍ମୀ ର ମାନ୍ୟତା ପ୍ରଦାନ। ଅଙ୍ଗନୱଡି କେନ୍ଦ୍ର ଗୁଡିକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଆଦି ଦାବି ଗୁଡିକ ମଧ୍ୟରେ ପ୍ରମୁଖ ଦାବି ରହିଛି।