-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
କଳାହାଣ୍ଡି,କୋକସରା( ତ୍ରିନାଥ ବେଶ୍ରା )
ଅଲଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କସ ସଂଘ ର ଆହ୍ୱାନ କ୍ରମେ କୋକସରା ବ୍ଲକ ର ଅଙ୍ଗନବାଡି ସଂଘ ତରଫରୁ ସୋମବାର ଦୁଇ ଘଣ୍ଟିଆ ର ଏକ ରାଲିର ବିକ୍ଷୋଭ ଯାତ୍ରା କୋକସରା ଶିବ ମନ୍ଦିର ଠାରୁ ଅଙ୍ଗନବାଡି କର୍ମୀ ମାନେ ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ରେ ପହଂଚି ଥିଲେ ! ବ୍ଲକ ରେ ପହଂଚି ଶତାଧିକ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ରହି ବାର ଦଫା ଦାବି ର ସ୍ଲୋଗାନ ଦେଇ ବିଡିଓ ଙ୍କୁ ସାକ୍ଷ୍ୟାତ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ 12 ଦଫା ଦାବି ପତ୍ର ପ୍ରଦାନ କରି ଥିଲେ !
ଆଜିର ଏହି ଦୁଇ ଘଣ୍ଟିଆ ରାଲିରେ ଅଙ୍ଗନବାଡି କର୍ମୀ ମାନଙ୍କ ମଧ୍ୟରୁ କୋକସରା ବ୍ଲକ ଅଙ୍ଗନବାଡି ସଂଘର ସଭାନେତ୍ରୀ ଶ୍ରୀମତୀ ଦମୟନ୍ତୀ ବେଶ୍ରା , ସମ୍ପାଦିକା ନିର ମହାନନ୍ଦ, କୋଷାଧ୍ୟକ୍ଷ ଶ୍ରୀମତୀ ତୁଳସୀ ବେଶ୍ରା ଓ ପ୍ରତେକ ସେକ୍ଟର ଲିଡର ମାନେ ହେଲେ ଆରତୀ ଧଙ୍ଗଡା ମାଝୀ ,ଚଞ୍ଚଳା ଦଳପତି, ଗାୟତ୍ରୀ ମାଝୀ , ସତ୍ୟ ଭାମା ପଟନାୟକ , ରଶ୍ମି ନାୟକ ଓ କୋକସରା ବ୍ଲକ ର ଅଙ୍ଗନୱାଡ଼ି କର୍ମୀ ଓ ସାହାଯ୍ୟ କାରିଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ କୋକସରା ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ମନୀଷା ଦାସ ଙ୍କୁ ଦାବିପତ୍ର ପ୍ରଦାନ କରାଗଲା ll