-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
ବରଗଡ:-ଅତାବିରା ନିର୍ବାଚନ ମଣ୍ଡଳୀର ଘୁଡୁକାଟିକ୍ରା ଗ୍ରାମସ୍ଥିତ ଆଶ୍ରମରେ ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଏକ ବିଶ୍ଵଶାନ୍ତି ମହାଯଜ୍ଞ ଓ ଭାଗବତ ପାଠ ଅନୁଷ୍ଠିତ ହୋଇଯାଇଛି।ଅନେକ ଅଞ୍ଚଳରୁ ହଜାର ହଜାର ଶ୍ରଧାଳୁ ଭକ୍ତ ମହାଯଜ୍ଞକୁ ଆସିଥିଲେ।ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ପାଇକମାଳ ର କେନ୍ଦ୍ରୀୟ ଆବାହକ ଶ୍ରୀ ରବିନାରାୟଣ ସାହୁ ଯୋଗଦାନ କରି ଉପସ୍ଥିତ ଗୁରୁଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ।ପ୍ରାୟ ୪ ଦିନଧରି ଯଜ୍ଞ ର ଆୟୋଜନ ହୋଇଥିଲା। ସମାଜର ମଙ୍ଗଳ ଏବଂ ବିକାଶ ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ ନିତାନ୍ତ ଆବଶ୍ୟକ ଓ ଏହା ଆମ ସମସ୍ତଙ୍କର ଆଧ୍ୟାତ୍ମିକ ଚେତନାକୁ ସୁଦୃଢ କରିଥାଏ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ।ପୁର ପଲ୍ଲୀରେ ଯଜ୍ଞ ଜରୁରୀ ଅଟେ। ଏକତାର ପ୍ରତୀକ ହୋଇ ପ୍ରଭୁଙ୍କ ଠାରେ ଆଶୀର୍ବାଦ ର ସୁଯୋଗ ପାଇଥିବାରୁ ଶ୍ରୀ ସାହୁ ନିଜକୁ ଧନ୍ୟ ମନେକରିଛନ୍ତି।ଏତେବଡ଼ ଯଜ୍ଞ ଆୟୋଜନ କରିଥିବା ସମସ୍ତ ଗୁରୁ ଏବଂ ନେତୃମଣ୍ଡଳୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।