-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
20-Nov-2021
ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ ) ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ କଁସର ପଚାଂୟତ କେଉଁଟେନବାହାଲି ଗ୍ରାମ ର ଯୁବ ଚିତ୍ର ଶିଳ୍ପୀ ଜଗନ୍ନାଥ ମେହେର ଙ୍କୁ ସମ୍ବାଦ ଖବର କାଗଜ ର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀମାନ ସୌମ୍ୟରଜଂନ ପଟ୍ଟନାୟକଙ୍କର ପ୍ରତିଛବି ଆଙ୍କି ଥିବାରୁ କଳା କୁ ସମ୍ମାନ ଦେଇ ନିଜେ ସୌମ୍ୟରଜଂନ ପଟ୍ଟନାୟକ ଜଗନ୍ନାଥ ଙ୍କୁ ସମ୍ମାନୀତ କରିଛନ୍ତି | ପୂର୍ବରୁ ଜଗନ୍ନାଥ ଅନେକ କବି କଳାକାର ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଙ୍କର ଛବି ଆଙ୍କି ବେସ ପ୍ରଶଂସା ଅର୍ଜନ କରିଥିଲ ଆଜି ସୌମ୍ୟରଜଂନ ପଟ୍ଟନାୟକ ଙ୍କ ହାତରୁ ସମ୍ମାନୀତ ହେବାପରେ ଅଚଂଳ ରେ ଖୁସିର ଲହରୀ ଖେଳିଯାଇଛି l ଜଗନ୍ନାଥ ଙ୍କୁ ଅନେକ ସାହିତ୍ୟକ କବି କଲାକାର ଶୁଭେଚ୍ଛା ଜଣାଇଛନ୍ତି |