-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
20-Nov-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ହସ୍ପିଟାଲରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳ ସମୟରେ ଚୋରି ହୋଇଥିବା ଖବର ସାମନାକୁ ଆସିଛି । ଜଣେ ମହିଳା ଏହି ଚୋରି କରିଥିବା ସୂଚନା ରହିଛି । ଶିଶୁ କନ୍ୟାକୁ ଧରିବା ବାହାନାରେ ନେଇ ଚମ୍ପଟ୍ ମାରିଛି ଏହି ମହିଳା ଚୋର । ବୀରମହାରାଜପୁର ଷଣ୍ଢାଗାଁର ପ୍ରସୂତି ଗତକାଲି ଏକ କନ୍ୟାକୁ ଜନ୍ମ ଦେଇଥିଲେ । ୱାର୍ଡରେ ଜାଗା ନଥିବାରୁ ବାରଣ୍ଡାରେ ନବଜାତ ସହିତ ପ୍ରସୂତି ଶୋଇଥିଲେ । ଏହି ସମୟରେ ଚୋରି ହୋଇଥିବା ଜଣାପଡ଼ିଛି ।