-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
19-Nov-2021
ପୁଇଁତଳା, (ବିନୋଦ କୁମାର ଦୀପ) ପୁଇଁତଳା ବ୍ଲକ କୁରୁଲ ଗ୍ରାମ ଠାରେ ସପ୍ତାହର ଅଧିବାସ କାର୍ଯ୍ୟହୋଇ ପୂର୍ଣ୍ଣାହୁତି ଉଦଯାପନ ହୋଇଥିଲା l ଏଥିରେ ହିରେନ୍ଦ୍ର ଧରୁଆ ଓ ତାଙ୍କ ସହଧର୍ମିଣୀ କଲ୍ୟାଣୀ
ଧରୁଆ ପୂଜାକର୍ତ୍ତା ଦାୟିତ୍ୱ ତୁଲାଇଥିଲେ l କୁରୁଲ ଗ୍ରାମବାସୀଙ୍କ ସହଯୋଗରେ ଗଙ୍ଗାମାତା ରୁକୁଣୀ ବିବାହ ଚତୁର୍ଦଶୀ ପାଳନ ହୋଇଥିଲା l ଗ୍ରାମର ଅଇଁଲାତଳ ପ୍ରସାଦସେବନ ବେଶ ଆକର୍ଷଣୀୟ ଥିଲା l ଏହି କାର୍ଯ୍ୟକ୍ରମଟିରେ ଗ୍ରାମର ଭକ୍ତବୃନ୍ଦ
ସହଯୋଗ କରିଥିଲେ l ରାମଜୀ ମନ୍ଦିରର ନୂତନ କର୍ମକର୍ତା ଚନ୍ଦ୍ରଶେଖର ପଟେଲ, ନିତେଇ ନାଏକ, ମୁରଲୀ, ସୁରେଶ, ଅଶ୍ୱିନୀ, ସୁଦାମ, ବାଲେଶ୍ୱର, ବିଶେଶ୍ୱର, ଶୁକଦେବ, ବିନୟ, ନୀଳାମ୍ବର, ପ୍ରମୋଦ, ନୀଳମଣି, ରଞ୍ଜନ, ରାଜୁ ସମସ୍ତଙ୍କ ସହଯୋଗରେ ସପ୍ତାହ କାର୍ଯ୍ୟକ୍ରମଟି ସାଫଲ୍ୟ ହୋଇ ସମ୍ପୂର୍ଣ ହୋଇଥିଲା l