-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
19-Nov-2021
ନୂଆପଡା:(ନିରଞ୍ଜନ ତ୍ରିପାଠୀ) ନୂଆପଡା ସଦର ସ୍ଥିତ ସଦଭାବନା ସଭାଗୃହ ଠାରେ ଧାନକ୍ରୟ କମିଟି ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି lଚଳିତ ବର୍ଷ ୧୨ ଲକ୍ଷ ୭୬ ହଜାର କ୍ୟୁଇଣ୍ଟାଲ୍ ଧାନ କିଣିବାପାଇଁ ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ କରାଯାଇଛି lନୂଆପଡା ଜିଲ୍ଲା ରେ ୫୬ ସ୍ଥାନରେ ଥିବା ଧାନ ମଣ୍ଡି ର ବ୍ୟବସ୍ଥା ହୋଇଛି l୩୭୪୭୮ ଜଣ ଚାଷୀ ଏ ବର୍ଷ ପଞ୍ଜିକୃତ କରାଯାଇଛି l୨୭ ଟି ମିଲର୍ ଧାନ ଉଠାଇବାର ବ୍ୟବସ୍ଥା ରହିଛି l ଜିଲ୍ଲାପାଳ ସ୍ୱଧାଦେବ ସିଂ ଙ୍କ ଅଧ୍ୟକ୍ଷତାରେ ଧାନ କ୍ରୟ କମିଟି ବସିଥିବାବେଳେ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ନୂଆପଡ଼ା ର ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଭର୍ଚୁଆଲ ମାଧ୍ୟମରେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ lଠିକ ସେଭଳି ମିଲର୍ସ ଚାଷୀ ପ୍ରତିନିଧି ଭାବେ ଚାଷୀ ଶ୍ରମିକ ନେତା ଯଦୁମଣି ପାଣିଗ୍ରାହୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ lନଭେମ୍ବର ୨୯ ତାରିଖ ଠାରୁ ସମଗ୍ର ନୂଆପଡ଼ା ଜିଲ୍ଲା ରେ ଧାନ କିଣା ଆରମ୍ଭ କରାଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ଅଧିକାରୀ ଆମ ସାମ୍ବାଦିକ ଙ୍କ ପ୍ରଶ୍ନ ଉତ୍ତର ରେ ପ୍ରକାଶ କରିଛନ୍ତି l