-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ସୋନପୁର ସହରରେ ଓସାରିଆ ରାସ୍ତା ନିର୍ମାଣ ପାଇଁ ଆଜି ଜନ ଶୁଣାଣି ହେଲା - ଅସହାୟ ପ୍ରଶାସନ ପୁଣି ପ୍ରଜା ଙ୍କ ସହଯୋଗ ଲୋଡ଼ିଲା

18-Nov-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ଆଜି  ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ପରିସରରେ  ମହାନଦୀ ପୋଲ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପର୍ୟ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଏକ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I  ଏନ୍ ସି ଡି ଏସ୍ ଆଣ୍ଡ  ଷ୍ଟାର୍ ଭୁବନେଶ୍ବର   ଆନୁକୁଲ୍ୟରେ  ପ୍ରଭାବିତ ପ୍ରଜାମାନଙ୍କ ହରାଉ ଥିବା ଜମି ମୂଲ୍ୟର କ୍ଷୟକ୍ଷତି ତଥା  ସାମାଜିକ  ଆକଳନ କରିବା ପାଇଁ ଏହି ସଭା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ  ନିଶି ପୁନମ୍ ମିଞ୍ଜ୍ ଙ୍କ ଅଧ୍ୟକ୍ଷତାରେ ହୋଇଥିଲା I  ଏନ୍ ସି ଡି ଏସ୍ ଆଣ୍ଡ  ଷ୍ଟାର୍ ର ଅଧିକାରୀ ମାନେ ସୋନପୁର ସହରର ୟୁନିଟ୍ ୧,୨,୩ ରେ ଏଥିପାଇଁ ସର୍ଭେ କରିଥିଲେ ଓ ଏହାର ବିଷଦ ବିବରଣୀ ପାଠ କରିଥିଲେ I  ଏଥିରେ ସର୍ବସମ୍ମତି କ୍ରମେ ପ୍ରକାଶ ପାଇଥିଲା ଯେ ଚୌଡା ରାସ୍ତା ହେବା ଦ୍ଵାରା  ଭାରିଯାନ ର ଚଳାଚଳ ବଢିବ, ପ୍ରଦୂଷଣ ବଢିବ ,ଦୁର୍ଘଟଣା ବୃଦ୍ଧି ପାଇବ ଏବଂ ରାସ୍ତା  ଶୀଘ୍ର ଖରାପ ହେବ I କିନ୍ତୁ  ଏହାର  ସକାରାତ୍ମକ ଦିଗଟି ହେଲା ଏହାଦ୍ୱାରା ସହରରେ ଯାତାୟତର ସୁବିଧା ବଢିବ , ବ୍ୟବସାୟରେ ଉନ୍ନତି ହେବ ଏବଂ ରୋଜଗାର ବଢିବ l କ୍ଷତିଗ୍ରସ୍ତ ପରିବାରକୁ  ସ୍ଵରୋଜଗାର ପାଇଁ ବ୍ଯାଙ୍କ ରୁଣ ଯୋଗାଇ ଦେବା  ସହିତ ପରିବାରର ଇଚ୍ଛୁକ  ସଦସ୍ୟ ମାନଙ୍କୁ ଧନ୍ଦାମୂଳକ ଶିକ୍ଷା ଓ ଉଦ୍ୟୋଗ ତାଲିମ ମାଧ୍ୟମରେ ସ୍ୱାବଲମ୍ବୀ  କରାଯିବ I ବେଞ୍ଚ ମାର୍କ ମୂଲ୍ୟ ହିସାବରେ ଜମିର ସଠିକ କ୍ଷତିପୂରଣ ଦିଆଯିବ I କେତେକ ପ୍ରଜା ରାସ୍ତା ର ଓସାର ୬୬ ଫୁଟ ବଦଳରେ ୫୦ ଫୁଟ ଏବଂ ନାଳ ର ଓସାର ୪ ଫୁଟ ଜାଗାରେ ୨ ଫୁଟ ରଖିବା ପାଇଁ  ପ୍ରସ୍ତାବ ଦେଇଥିଲେ l ଗୋଟିଏ ସୌହାର୍ଦ୍ଦ୍ୟ ପୁର୍ଣ୍ଣ ପରିବେଶରେ ୪୭ ଜଣ ପ୍ରଭାବିତ ପ୍ରଜା ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଅଧିକାରୀ ମାନଙ୍କୁ ଜାଣଇ ଥିଲେ I  ସୋନପୁର ତହସିଲଦାର ନବୀନ କିଶୋର ପାଢୀ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲେ ପ୍ରଶାସନ ସମ୍ବେଦନଶୀଳ ହୋଇ ପ୍ରତିଟି କେସ କୁ ବିଚାରକୁ ନେଇ ଆବଶ୍ୟକ ପଦକ୍ଷେପ ନେବ l ନିଜର ତଥା ସହରର ବିକାଶ ପାଇଁ ସମସ୍ତେ ଆଗଭର ହୋଇ ପ୍ରକଳ୍ପ କୁ  ସହଯୋଗ କରିବା ଉଚିତ I  ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମିଞ୍ଜ୍  କହିଲେ ବର୍ତ୍ତମାନ ର ରାସ୍ତା ଅତିଶୟ ସଂକୀର୍ଣ୍ଣ ଓ ଜନଗହଳି ହୋଇ ଖରାପ ହୋଇଯାଇଛି I ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ଏହାକୁ ସମସ୍ତେ ସମର୍ଥନ କଲେ ଅତିଶୀଘ୍ର ରାସ୍ତା କାମ ହୋଇ ପାରିବ ଓ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l   ଆଜିକାର ଏଇ ଜନ ଶୁଣାଣି ରେ ଜମି ଅଧିଗ୍ରହଣ ଅଧିକାରୀ ଅଭିଳାଷ ପୁରୋହିତ,  ଖଦାଳ ପାତ୍ର ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମୁଖ୍ୟ ସହାୟକ ରବିନ୍ଦ୍ର ଶତପଥୀ ଓ ମମତା ଦୀପ ପ୍ରମୁଖ  ସହଯୋଗ କରିଥିଲେ l ଅନ୍ୟ ପକ୍ଷରେ  ପ୍ରଜାଙ୍କୁ ବାରମ୍ବାର ବୁଝାମଣା କରି  ଫେଲ ମାରିଥିବା ଅସହାୟ ପ୍ରଶାସନ ପୁଣି ପ୍ରଜାଙ୍କ ସହାୟ ଲୋଡ଼ିଲା ବୋଲି ସହରର ବୁଦ୍ଧିଜୀବୀ ମତ ରଖିଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like