-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
କଳାହାଣ୍ଡି, କୋକସରା(ତ୍ରିନାଥ ବେଶ୍ରା) ପ୍ରତିବର୍ଷ ଧୁମଧାମରେ ପାଳନ କରାଯାଏ ବୁଡ଼ା ରାଜାଙ୍କ ବାର୍ଷିକ ଦଶହରା ପର୍ବ, ହେଲ ଏଥିରେ ଦାଉ ସାଜିଲା କରୋନା ମହାମାରୀ l ଚଳିତ ବର୍ଷ ବୁଢ଼ାରଜା ଠାକୁରଙ୍କ ଦଶହରା ଉତ୍ସବ ପାଳନ ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l କରୋନା ମହାମାରୀ ଯୋଗୁ ପ୍ରଶାସନ ତରଫରୁ ଏହି ପଦକ୍ଷେପ ନେଇ ଆମପାଣି ଗ୍ରାମ ମନ୍ଦିର ପରିସରରେ 144 ଧାରା ଲାଗୁ କରାଯାଇଛି l ମନ୍ଦିରରେ ପୂଜା ହେବ କିନ୍ତୁ ବିନା ଭକ୍ତ ରେ ବୋଲି କହିଛନ୍ତି ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ଓ ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନେଗି ସୂଚନା ଦେଇଛନ୍ତି l କୋକସରା ମନୋଜ ପାଢୀ ମଧ୍ୟ ଉପସ୍ଥିତ ରହିଥିଲେ l ଏହି ନିୟମକୁ ବୁଢ଼ାରଜା ପୂଜା କମିଟି ମଧ୍ୟ ସମ୍ମତି ଜଣାଇଥିଲେ l