-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
17-Nov-2021
ନୟାଗଡ଼,(ପ୍ରଦୀପ କୁମାର ପଣ୍ଡା) ସାରା ଜିଲ୍ଲାରେ ଏବେ ଭୋଟର ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପଞ୍ଚାୟତ ସ୍ତରରେ ସଚେତନାତ ଓ ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର ଅଧିକାରୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଭୋଟର ସଚେତନତା ରଥ ବାହାରିଛି । ଉକ୍ତ ରଥକୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏହାର ଶୁଭାରମ୍ଭ କରିଛନ୍ତି । ଏହି ରଥ ନୟାଗଡ଼ ସହର ସମେତ ଜିଲ୍ଲାର ପ୍ରତ୍ୟେକ ଗ୍ରାମକୁ ଯାଇ ଜନସାଧାରଣଙ୍କୁ ସଚେତନତା କରାଇବ । ଏତଦ୍ବ୍ୟତୀତ ବିଭିନ୍ନ କଲେଜ ମାନଙ୍କରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ମୁଖ୍ୟତଃ ନାମ ଯାଞ୍ଚ କରିବା, ସଂଶୋଧନ, ସ୍ଥାନାନ୍ତର ଓ ନୂତନ ଭୋଟର ପାଇଁ ଆବେଦନ କରିବା ପ୍ରକ୍ରିୟା ଯାରି ରହିଛି ।